କୋଇଲା ଚୋରାଚାଲଣ ମାମଲା, ପଚରାଉଚରା ପାଇଁ ଟିଏମସି ସାଂସଦଙ୍କୁ CBI ନୋଟିସ୍

1 min read
CBI Summons TMC Leader Abhishek Banerjee On Coal Smuggling Case

କୋଲକାତା: ନିର୍ବାଚନ ଆସୁଛି, ରାଜନୀତି ଉଷ୍ମ ହେଉଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସକ୍ରିୟ ହୋଇଛି ସିବିଆଇ । କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କ ସମନ ଜାରି କରିଛି ।

ରବିବାର ସିବିଆଇର ଏକ ଟିମ୍ କୋଇଲା ଚୋରାଚାଲାଣ ମାମଲାରେ ସମନ ଜାରି କରିବାକୁ ଅଭିଷେକଙ୍କ ବାସଭବନ ଯାଇଥିଲା । ଟିଏମସି ସାଂସଦ ଅଭିଷେକଙ୍କୁ କୋଇଲା ଚୋରାଚାଲାଣ ମାମଲାରେ ଜେରା କରିବ ସିବିଆଇ । ପଚରାଉଚରା ଲାଗି ୨୪ ଘଣ୍ଟା ମଧ୍ୟରେ ହାଜର ହେବାକୁ ଅଭିଷେକଙ୍କୁ ସିବିଆଇ ନୋଟିସ୍ କରିଛି ।

CBI Summons TMC Leader Abhishek Banerjee On Coal Smuggling Case

ପୂର୍ବରୁ ସିବିଆଇ ଅଭିଷେକଙ୍କ ବିଶ୍ୱସ୍ତଙ୍କୁ ଏହି ମାମଲାରେ ଜେରା କରିବା ସହ ସେମାନଙ୍କ ଘରେ ରେଡ୍ କରିଥିଲା । ୨୦୨୦ ଡିସେମ୍ବର ୩୧ରେ କୋଲକାତାରେ ତୃଣମୂଳ ୟୁଥ୍ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ବେଆଇନ୍ ଗୋ-ଚାଲାଣକୁ ନେଇ ଏହି ରେଡ୍ କରାଯାଇଥିଲା । ଅଭିଷେକଙ୍କ ଘନିଷ୍ଠ ମଧ୍ୟରୁ ବିନୟ ଅନ୍ୟତମ ।

ସିବିଆଇ ୨୦୨୦ ନଭେମ୍ବର ୨୮ରେ କୋଇଲା ଚୋରାଚାଲାଣ ମାମଲାକୁ ନେଇ ୩ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ପଶ୍ଚିମବଙ୍ଗର କୋଲକାତା ସହ ଆସନସୋଲ୍, ଦୁର୍ଗାପୁର ଓ ରାଣୀଗଞ୍ଜ ଆଦି ଅଞ୍ଚଳରେ ରେଡ୍ ହୋଇଥିଲା ।

Leave a Reply