ତୈମୁରଙ୍କ ସାନଭାଇର ନାମକରଣରେ ଫ୍ୟାନ୍ ବ୍ୟସ୍ତ, ସୋସିଆଲ ମିଡିଆରେ ଦିଆ ହେଉଛି ନାମ

1 min read
Saif Alli khan

କରୀନା କାପୁର ଖାନ୍‌ । ପୁଣି ହାଇଲାଇଟ୍‌ସରେ । ପୁଣି ଏକ ବେବି ବୟକୁ ଜନ୍ମ ଦେଇ କରୀନା ଏବେ ସୋସିଆଲ ମିଡିଆରେ ଛାଇଯାଇଛନ୍ତି । ଫେସ୍‌ବୁକ୍‌ ଇନ୍‌ଷ୍ଟା ଟ୍ୱିଟର ସବୁଠି ଏବେ କରୀନା-ସୈଫ ।  ଖାଲି କରୀନା-ସୈଫ୍‌ ନୁହଁନ୍ତି, ପ୍ରଥମ ସନ୍ତାନ ତୈମୁରର ଫଟୋ ମଧ୍ୟ ବେଶ୍‌ ଭାଇରାଲ ହେଉଛି ।

Kareena Kapoor

୯୦ ଦଶକର ହିରୋଇନ୍‌ ମାନଙ୍କ ପରେ ଯିଏ ସବୁଠାରୁ ହିଟ୍‌ ଥିଲେ ସେ ହେଉଛନ୍ତି ଓ୍ୱାନ୍‌ ଆଣ୍ଡ ଓନଲି କରୀନା କାପୁର । ପାଖାପାଖି ୧୦-୧୫ ବର୍ଷ ସେ ବଲିଉଡ୍‌ରେ ରାଜ କରିଛନ୍ତି । ଅନେକ ଦିନ ଧରି ତାଙ୍କର କୌଣସି ଫିଲ୍ମ ଆସିନଥିଲେ ମଧ୍ୟ ତାଙ୍କୁ ଫ୍ୟାନ୍ସମାନେ ଭୁଲି ନାହାନ୍ତି । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ କରୀନା କାପୁର ଖାନ୍‌ ଚର୍ଚ୍ଚାରେ ରହି ଆସିଛନ୍ତି ।

Kareena Kapoor

ସାଧାରଣତଃ ଫିଲ୍ମକୁ ନେଇ ହିରୋଇନ୍‌ ଚର୍ଚ୍ଚାରେ ରହିବା ସ୍ୱାବଭାବିକ୍‌ କଥା । ହେଲେ କରୀନା ନିଜ ବିଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଫିଲ୍ମ ବ୍ୟତୀତ ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ବେଳେ ପରେ ପ୍ରଥମ ପୂତ୍ର ତୈମୁର ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ ।

ଆଉ ଏବେ ଦ୍ୱିତୀୟ ପୁତ୍ର ସନ୍ତାନକୁ ନେଇ ମଧ୍ୟ ସେ ବେଶ୍‌ ଚର୍ଚ୍ଚାରେ । ଏହି ଖବର ପାଇ କାପୁର ଫ୍ୟାମିଲି ଓ ଖାନ୍‌ ଫ୍ୟାମିଲିରେ ଖୁସିର ମାହୋଲ । ଫ୍ୟାନ୍ସ ମାନେ ମଧ୍ୟ ଏଥିପାଇଁ ଖୁସି ଜାହିର କରିଛନ୍ତି । ସୋସିଆଲ ମିଡିଆରେ ଏବେ ଖାଲି କରୀନାଙ୍କ ଚର୍ଚ୍ଚା । ଗତ ୨୦୨୦ ଅଗଷ୍ଟ ମାସରେ କରୀନା ଓ ସୈଫ ଆଉ ଏକ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି କହିସାରିଥିଲେ । କରୀନା ନିଜ ପ୍ରେଗ୍ନେନ୍‌ସି ସମୟରେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥିଲେ । ସୋସିଆଲ ମିଡିଆରେ ଲୋକଙ୍କୁ ଫ୍ୟାସନ୍‌ ଗୋଲ୍ସ ଶିଖାଉଥିଲେ । ପ୍ରଗ୍ନେନ୍‌ସି ଆରମ୍ଭରୁ ସେ ଜିନ୍ସ ଟି ସାର୍ଟ ପିନ୍ଧୁଥିବା ବେଳେ ପରେ ପରେ ସେ କଫ୍ତାନ୍‌, ମ୍ୟାକ୍ସି ଡ୍ରେସ୍‌, ପାଲାଜୁ ଓ କୁର୍ତ୍ତା ମଧ୍ୟ ପିନ୍ଧିଥିଲେ । ଏମିତିକି ଫିଟ୍‌ ଆଣ୍ଡ ଫାଇନ୍‌ ରହିବା ପାଇଁ ସେ ଯୋଗ କରୁଥିବା ଓ ସୂର୍ଯ୍ୟ ନମସ୍କାର କରୁଥିବା ଫଟୋ ମଧ୍ୟ ବେଶ୍‌ ଭାଇରାଲ ହୋଇଥିଲା ।

Kareena Kapoor

ତେବେ କରୀନାଙ୍କ ଆଉ ଏକ ପୁତ୍ର ଜନ୍ମ ନେବା ପରେ ଏବେ ସୋସିଆଲ ମିଡିଆରେ ତା’ର ନାମ କରଣକୁ ନେଇ ବେଶ ଆଲୋଚନା ଆରମ୍ଭ ହୋଇଛି । ତୈମୁରର କ୍ୟୁଟ୍‌ନେସ୍‌କୁ ନେଇ ଯେଭଳି ସୋସିଆଲ ମିଡିଆ ଉଠିଲା ପଡ଼ିଲା, ଠିକ୍‌ ସେହିଭଳି ଏବେ ତୈମୁର ସାନ ଭାଇର ନାମ କରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଦ୍ୱିତୀୟ ପୁତ୍ରର ନାମ କରଣକୁ ନେଇ ବାପା- ମା’ କିମ୍ବା ଭାଇ ଯେତିକି ଚିନ୍ତା କରିନଥିବେ, ,ସୋସିଆଲ ମିଡିଆ ୟୁଜର୍ସମାନେ ଅଧିକ ଚିନ୍ତା କରୁଛନ୍ତି । କରୀନାଙ୍କ ପୁଅ ବା ତୈମୁରର ଭାଇ ଜନ୍ମ ହେବା ମାତ୍ର ତାର ନାମ କରଣ କରିବା ଆରମ୍ଭ କରିଛନ୍ତି । ନବାବ ଖାନ୍‌ଦାନ୍‌ର ହୋଇଥିବାରୁ ୟୁଜର୍ସମାନେ ଠିକ୍‌ ସେହିଭଳି ନାଁ ହିଁ ସଜେଷ୍ଟ କରୁଛନ୍ତି । ଲାଗୁଛି ଯେମିତି ୟୁଜର୍ସମାନେ ହିଷ୍ଟ୍ରିରୁ ନାଁ ଖୋଜି ଖୋଜି ବାହାର କରୁଛନ୍ତି ।  ସେହି ନାଁ ଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ଔରଙ୍ଗଜେବ୍‌ । ତୈମୁର ପରେ ସୈଫ୍‌ଙ୍କ ଘରକୁ ଆସିଲା ଔରଙ୍ଗ୍‌ଜେବ । ଏଭଳି ଅନେକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଖାଲି ଔରଙ୍ଗଜେବ୍‌ ନୁହେଁ ବାବର, ମହମ୍ମଦ ଆଜାମ୍‌ ସାହ, ବାହାଦୁର ସାହ, ଜାହାନ୍ଦର ସାହ ଏଭଳି ଅନେକ ନାମ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ।

କିନ୍ତୁ ସୋସିଆଲ ମିଡିଆ ଟ୍ୱିଟରକୁ ଦେଖିଲେ ଲାଗିବ ସତେ ଯେମିତି ତୈମୁର ସାନ ଭାଇର ନାଁ ଔରଙ୍ଗଜେବ ହିଁ । ତେବେ ଫ୍ୟାନ୍ସ ମାନେ ଏଭଳି ନାଁ ସଜେଷ୍ଟ କରିବା ବି ସ୍ୱାଭାବିକ୍‌ କଥା । କାରଣ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌ ତୈମୁର ନାମ କରଣକୁ ନେଇ ଇତିହାସ ପୃଷ୍ଠା ଓଲଟାଇଥିଲେ । ଆଉ ଇତିହାସର ରାଜା ରାଜୁଡ଼ା ସମୟରୁ ସେହି ନାଁ ଆଣିଥିଲେ ବୋଲି କଫି ଓ୍ୱିଥ୍କରନ୍‌’ ସୋ’ରେ କହିଥିଲେ । ତେଣୁ ୟୁଜର୍ସମାନେ କହିବା ବି ସ୍ୱାଭାବିକ୍‌ ।

Leave a Reply