ଆପଣଙ୍କ ଖାଦ୍ୟ ଶୈଳୀ ଆପଣଙ୍କୁ ଟାଣିଆଣି ପାରେ କ୍ୟାନସର ମୁହଁକୁ !

1 min read

ବର୍ତ୍ତମାନ ସମୟରେ କ୍ୟାନସର ମହାମାରୀ ପରି ବ୍ୟାପିବାରେ ଲାଗିଛି । କିଛି କ୍ୟାନସର ଚିକିତ୍ସା ଦ୍ୱାରା ଭଲ ହେଉଥିବାବେଳେ ଆଉ କିଛି ସିଧା ସଳଖ ଟାଣି ନେଉଛି ମଣିଷକୁ ମୃତ୍ୟୁମୁଖକୁ । କିନ୍ତୁ କ୍ୟାନସର ଏଭଳି ମହାମାରୀ ଭଳି ବ୍ୟାପିବା ପଛରେ କାରଣ କଣ ? ଆପଣଙ୍କ ଡାଏଟ ଓ ଲାଇଫ ଷ୍ଟାଇଲ ଏଥିଲାଗି ଦାୟୀ କି ? ଆଜ୍ଞା ହଁ କିଛିକାଂଶରେ ଆପଣଙ୍କ ଖାଦ୍ୟାଭାସ ଏଥିଲାଗି  ଦାୟୀ ଅଟେ । ଏଭଳି ସ୍ଥିତିରେ ଆପଣ କ୍ୟାନସରରୁ ନିଜକୁ କିଭଳି ଦୁରେଇ ରଖିବେ ତାହା ଜାଣି ରଖିବା ନିହାତି ଜରୁରୀ ।


(1)ମ୍ୟାକରୋନୀ ଏବଂ ଚିଜ୍‌ ଭଳି ଖାଦ୍ୟକୁ ନାଁ : ଚିଜ୍‌ ପାଉଡର ଏବଂ ମ୍ୟାକରୋନୀକୁ ଅଧିକ ନରମ କରିବା ଲାଗି ଏଥିରେ ବ୍ୟବହୃତ ହେଉଥିବା ଫାଥାଲେଟ୍ସ ନାମକ କେମିକାଲ ବ୍ରେଷ୍ଟ କ୍ୟାନସର ଏବଂ ଇନଫଟିଲିଟି କୁ ନିମନ୍ତ୍ରଣ ଦେଉଥିବା ତଥ୍ୟ କହୁଛି ।


(2)ପ୍ରସେସ୍ଡ ଫୁଡ୍‌ ଠାରୁ ଦୁରେଇ ରୁହନ୍ତୁ : ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ରିପୋର୍ଟ ଅନୁଯାୟୀ ପ୍ରସେସ୍ଡ ଫୁଡରେ ବ୍ୟବହାର କରାଯାଉଥିବା ପ୍ରିଜରଭେଟିଭ୍ ଦ୍ୱାରା ଶରୀରକୁ କ୍ଷତି ହୋଇଥାଏ । ଏହାକୁ ଖାଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି ।


(3)ହାଇ ଫ୍ୟାଟ୍‌ ଡାଏଟ : ପ୍ରତ୍ୟକ ଦିନ ହାଇ ଫ୍ୟାଟ୍‌ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ବ୍ରେଷ୍ଟ  କ୍ୟାନସର ବ୍ୟାପିବାର ଆଶଙ୍କା ରହିଥାଏ । ତେଣୁ ଯଥା ସମ୍ଭବ ନିଜକୁ ହାଇ ଫ୍ୟାଟ୍ ଖାଦ୍ୟରୁ ଦୁରେଇ ରଖନ୍ତୁ ।


(4)କ୍ୟାନସର ସହ ଲଢିବ ଗ୍ରୀନ ଟି ଏବଂ ଫାଇବର ଯୁକ୍ତ ଖାଦ୍ୟ : ଚାଇନା କରିଥିବା ଏକ ରିସର୍ଚ ଆଧାରରେ ଗ୍ରିନ୍ ଟିରେ ଥିବା ପଲିଫେନଲ କ୍ୟାନସରକୁ ଲଢିବାରେ ବଡ ଭୂମିକା ନେଇଥାଏ । କେବଳ ଗ୍ରିନ୍ ଟି ନୁହେଁ ହାଇ ଫାଇବର ଯୁକ୍ତ ଖାଦ୍ୟ ମଧ୍ୟ କ୍ୟାନସର ରିସ୍କ କମାବାରେ ବେଶ ସହାୟକ ହୋଇଥାଏ ।

ଏଭଳି ଭାବେ ଆପଣ ମାନେ ନିଜକୁ ସୁସ୍ଥ ରଖିବା ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗରୁ ଦୁରେଇ ରହିପାରିବେ । ')}

Leave a Reply