କାଲିଠୁ ଦୋକାନରେ ମିଳିବ ମଦ, ଏମିତି କରିବେ ବୁକିଂ

1 min read

ଭୁବନେଶ୍ୱର: ମଦ ଦୋକାନ ଆଗରେ ଭିଡ଼ କମାଇବାକୁ ଖୋଲିବ ବାର୍ ଓ ଅନସପ୍ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ମଦ ବିକ୍ରି । ତେବେ ପୂର୍ବ ପରି ବାର୍ ଭିତରେ ବସି ମଦ ପିଇବା ଉପରେ କଟକଣା ରହିଛି । କେବଳ ଅନଲାଇନ୍ ବୁକିଂ କରିବା ପରେ ଯାଇ ଅନସପରୁ କିଣି ହେବ ମଦ । ଏ ନେଇ ଅବକାରୀ ସଚିବଙ୍କ ପକ୍ଷରୁ ଅବକାରୀ କମିଶନରଙ୍କୁ ପତ୍ର ଜରିଆରେ ଅବଗତ କରାଯାଇଛି । ତେବେ ପ୍ରିଣ୍ଟ ହୋଇଥିବା ଦରରେ ହିଁ ବିକ୍ରି ହେବ ମଦ ।

ଏଣିକି ଆଉ ମଦ ଦୋକାନ ଆଗରେ ଭିଡ଼ ଜମିବନି । ଅଫସପ୍ ପରେ ବାର୍ ଓ ଅନସପକୁ ମଦ ବିକ୍ରି ଅନୁମତି ଦେଲେ ରାଜ୍ୟ ସରକାର । ସକାଳ ୭ରୁ ସଂଧ୍ୟା ୬ ଯାଏ ମିଳିବ ମଦ । ହେଲେ ପୂର୍ବରୁ ବାରରେ ବସି ଝୁମି ଝୁମି ମଦ ପିଇବାର ଆଉ ମଜା ମିଳିବ ନାହିଁ । କାରଣ ବାର୍ କି ଅନସପ ଭିତରକୁ ପ୍ରବେଶ ନିଷେଦ୍ଧ । କେବଳ ଅନଲାଇନ୍ ବୁକିଂ କରିଥିବା ଲୋକ ହିଁ ସେଠାରୁ ମଦ କିଣି ପାରିବେ । ଏଥିସହ ବାର୍ ଓ ଅନସପ ମାଲିକମାନଙ୍କୁ ଅଫସପ୍ ପରି ଦୋକାନ ଆଗରେ ବାରିକେଡିଂ କରିବାକୁ ପଡ଼ିବ । ସେହିପରି ମଦ ଉପରେ ଅନସପମାନଙ୍କ ମନଇଚ୍ଛା ଦର ଉପରେ ବି ଲାଗିଲା ଅଙ୍କୁଶ । ଏମ୍ଆରପିଠାରୁ ଅଧିକ ଦର ବିକ୍ରି କରିପାରିବେ ନାହିଁ ମଦ ବ୍ୟବସାୟୀ । ଦୋକନୀ ଓ ଗ୍ରାହକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଅନ୍ୟପଟେ ଏପରି ନିୟମକୁ ସ୍ୱାଗତ କରିଛନ୍ତି ମଦ ବ୍ୟବସାୟୀ ସଂଘ ।

ମଦ କିଣିବେ କେମିତି ?OSBC ୱେବସାଇରେ ଲଗଇନ୍ କରନ୍ତୁ । ସେଠାରେ ସ୍ଲଟ ବୁକିଂ ଅପସନ୍ ଉପରେ କ୍ଲିକ କଲେ ଆପଣଙ୍କ ମୋବାଇଲ ଫୋନ ନମ୍ବର ମାଗିବ । ନମ୍ବର ଦେବା ପରେ ଫୋନକୁ ଆସିଥିବା ଓଟିପିକୁ ଟାଇପ କରି କ୍ଲିକ କରିବା ପରେ ଆପଣଙ୍କ ନାଁ ଓ ଜିଲ୍ଲା ମାଗିବ । ଏହି ତଥ୍ୟ ଦେବା ପରେ, ଜିଲ୍ଲାର ସବୁ ମଦ ଦୋକାନର ଅପସନ୍ ଆସିବ । ଦୋକାନ ବାଛିବା ପରେ ଆପଣଙ୍କୁ ବୁକିଂ ଟୋକନ ମିଳିବ । ଟୋକନର ପ୍ରିଣ୍ଟ ଦେକାନକୁ ନେବେ, ନ ହେଲେ ବାର୍ କୋଡ୍ ନିଜ ଫୋନରେ ସ୍କାନ କରି ବୁକିଂ କରିବେ । ହେଲେ ଆପଣଙ୍କୁ ଟାଇମ୍ ସ୍ଲଟ ବୁକିଂ କରିବାକୁ ପଡ଼ିବ । ଅର୍ଥାତ୍ କେଉଁ ସମୟରେ ମଦ ଦରକାର ? ସ୍ଲଟ ନାଲି ଥିଲେ ବୁକିଂ ସରିଛି । ସ୍ଲଟର ରଙ୍ଗ ସବୁଜ ଥିଲେ, ବୁକିଂ ହୋଇପାରିବ ମଦ ।

ମେ ୨୫ ତାରିଖରୁ ଏଯାଏଁ ୧୭.୩୩ ଲକ୍ଷ ହୋମ ଡେଲିଭରି ହୋଇଛି । ଏଥିରେ ୨୦.୫୯ ଲକ୍ଷ ଲିଟର ଆଏମ୍ଏଫ୍ଏଲ୍ ଓ ୨୦.୮୧ ଲକ୍ଷ ଲିଟର ବିୟର ସାମିଲ୍ ଅଛି ।

Leave a Reply