ସ୍କୁଟିକୁ ଧକ୍କା ଦେଲା ବସ, ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

1 min read

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ହଳଦିଆଗଡ଼ା ନିକଟରେ ସ୍କୁଟିକୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ । ଉତ୍ତେଜିତ ଲୋକେ ଜାଳିଦେଲେ ବସ୍‌ । ସୂଚନା ଅନୁସାରେ ବସ୍‌ଟି ସ୍କୁଟିକୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜିତ ଲୋକମାନେ ବସ୍‌ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ । ମୃତକ ଜଣକ ମାର୍ଶାଘାଇ ଥାନା ହଳଦିଆଗଡ଼ା ଗାଁର ବିକାଶ ନାୟକ ବୋଲି ଜଣାପଡ଼ିଛି ।

ବିକାଶ ପରିବା କିଣିବା ପାଇଁ ହଳଦିଆଗଡ଼ା ବଜାରକୁ ଆସୁଥିଲେ । ଏହି ସମୟରେ ବସ୍‌ଟି ରଙ୍ଗ ରୁଟ୍‌ରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ବିକାଶଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବସ୍‌ ଡ୍ରାଇଭରଙ୍କ ମନମୁଖି ଯୋଗୁଁ ଜଣେ ବ୍ୟାକ୍ତିଙ୍କ ଜୀବନ ଚାଲିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।  ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ବସ୍‌ଟି ରଙ୍ଗ୍‌ ରୁଟ୍‌ରେ ଆସିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି ।

ବସ୍‌ଟି କଲିକତାରୁ ପାରାଦୀପ ଯାଉଥିଲା । ଏହି ସମୟରେ ପାରାଦୀପ ନିକଟରେ ଆଇରନ୍‌ ବୋଘେଇ ଟ୍ରକ୍‌ ଗୁଡ଼ିକର ଭିଡ଼ ଅସମ୍ଭାଳ ଥିଲା । ତେଣୁ ବସ୍‌ଟି ବଡପାଳ ଛକରୁ ରଙ୍ଗ ରୁଟ୍‌ରେ ଯାଇଥିଲା । ଏହି ସମୟରେ ବିପାରିତ ଦିଗରୁ ଆସୁଥିବା ବିକାଶଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ବସ୍‌ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ବସଟିର ନାମ ଲୋକନାଥ ବୋଲି ଜଣାପଡିଛି ।

କେନ୍ଦ୍ରାପଡା ଜିଲ୍ଲା ହଳଦିଆଗଡା ନିକଟରେ ସ୍କୁଟିକୁ ଧକ୍କା ଦେଲା ବସ୍

କେନ୍ଦ୍ରାପଡା ଜିଲ୍ଲା ହଳଦିଆଗଡା ନିକଟରେ ସ୍କୁଟିକୁ ଧକ୍କା ଦେଲା ବସ୍ । ସ୍କୁଟି ଚାଳକ ମୃତ । କଲିକତାରୁ ପାରାଦ୍ୱୀପ ଯାଉଥିଲା ବସ୍ #NandighoshaTV #OdishaNews

Nandighosha TV यांनी वर पोस्ट केले बुधवार, २ सप्टेंबर, २०२०

ବସ୍‌ଟି ଜଳୁଥିବା ଖବର ପାଇଁ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମାର୍ଶାଘାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ମାର୍ଶାଘାଇ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ପରିବାରକୁ ରେଡକ୍ରସ ତରଫରୁ ସହାୟତା ଯୋଗାଇ ଦିଆଯିବ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply