ବକ୍ସିଂ ଡେ’ ଟେଷ୍ଟ: ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତର ସ୍କୋର ୯୦/୩

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିବସର ପ୍ରଥମ ସେସନ୍ ଖେଳ ଶେଷ ସୁଦ୍ଧା ୩ ଓ୍ୱିକେଟ ବିନିମୟରେ ୯0 ରନ୍ ସଂଗ୍ରହ କରିଛି । ଭାରତୀୟ ଇଂନିସ ଆରମ୍ଭ ବେଳକୁ ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରଓ୍ୱାଲ ଖାତା ଖୋଲିପାରିନଥିଲେ । ମିଚେଲ୍ ଷ୍ଟାର୍କଙ୍କ ବଲରେ ଆଉଟ ଏଲ୍‌ବିଡବ୍ଳ୍ୟୁ ହୋଇ ଫେଭିଲିୟନ୍ ଫେରିଥିଲେ । ତୃତୀୟ ନମ୍ୱରେ ବ୍ୟାଟିଂ କରିବାକୁ ଆସିଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ନବାଗତ ଶୁବମନ୍ ଗିଲ୍‌ଙ୍କ ସହ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ମାତ୍ର ୧୭ ରନ୍‌ର ବ୍ୟକ୍ତିଗତ ରନ୍‌ରେ କମିଂସଙ୍କ ବଲ୍‌ରେ ଓ୍ୱିକେଟ କିପର ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ । ତାଙ୍କ ପଛକୁ ୪୫ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଶୁବମନ୍ ଗିଲ୍ ମଧ୍ୟ ଆଉଟ କମିଂସ୍‌ଙ୍କ ଶିକାର ହୋଇଛନ୍ତି । ପ୍ରଥମ ସେସନ୍ ଖେଳ ଶେଷ ସୁଦ୍ଧା ୪୧ ବଲ୍‌ରେ ୧୦ କରି ଅଜିଙ୍କ୍ୟା ରାହାଣେ, ୪୨ ବଲ୍‌ରେ ୧୩ ରନ୍ କରି ହନୁମା ବିହାରୀ ବ୍ୟାଟିଂ ଜାରି ରଖିଛନ୍ତି ।

Image

ଶନିବାର ଆରମ୍ଭ ହୋଇଥିବା ବକ୍ସିଂ ଡେ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କଙ୍ଗାରୁ ଦଳ । ଓପନିଂ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଜୋ ବୋନ୍ସ ଶୂନ ରନ୍ କରି ପେଭିଲିୟନ୍ ଫେରିଥିଲେ । ଏହା ପରେ ତୃତୀୟ ନମ୍ୱରେ ବ୍ୟାଟିଂ କରିବାକୁ ଆସିଥିବା ଲାବୁସେନ, ମାଥୁ ଓ୍ୱାଡେଙ୍କ ସହ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିବା ସହ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ । ଏହାରି ମଧ୍ୟରେ ମାଥ୍ୟୁ ଓ୍ୱାଡେ ଅଶ୍ୱିନଙ୍କ ବଲରେ ଜାଡେଜାଙ୍କୁ କ୍ୟାଚ୍ ଦେଇ ପେଭିଲି୍ୟନ ଫେରିଥିଲେ ।

Image

ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସ୍ଟିଭେନ୍ ସ୍ମିଥ୍ ମଧ୍ୟ ଅଶ୍ୱିନଙ୍କ ଶିକାର ହୋଇଥିଲେ ଏବଂ ଖାତା ଖୋଲିବାକୁ ସକ୍ଷମ ହୋଇପାରିନଥିଲେ । ଏହା ପରେ ତାଭିସ୍ ହେଡ୍ ୩୮ ରନ୍ କରିଥିଲେ । କିନ୍ତୁ ଲଗାତାର ଭାବେ ଓ୍ୱିକେଟର ପତନ ହେବାରେ ଲାଗିଥିଲା ଏବଂ ୧୯୫ ରନ୍‌ରେ ପୂରା ଟିମ୍ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ ନେଇଥିବା ବେଳେ ରବିଚନ୍ଦ ଅଶ୍ୱିନ ୩ଟି, ରବୀନ୍ଦ୍ର ଜାଡେଜା ଗୋଟିଏ ଏବଂ ମହମ୍ମଦ ସିରାଜ୍ ୨ ଓ୍ୱିକେଟ୍ ନେଇଥିଲେ ।

Leave a Reply