ବକ୍ସିଂ ଡେ’ ଟେଷ୍ଟ: ୧୯୫ ରନ୍‌ରେ ଧରାଶୟୀ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ମାତ୍ର ୧୯୫ରେ ଅଲ୍‌ଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କଙ୍ଗାରୁ ଦଳ । ଓପନିଂ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଜୋ ବୋନ୍ସ ଶୂନ ରନ୍ କରି ପେଭିଲିୟନ୍ ଫେରିଥିଲେ । ଏହା ପରେ ତୃତୀୟ ନମ୍ୱରେ ବ୍ୟାଟିଂ କରିବାକୁ ଆସିଥିବା ଲାବୁସେନ, ମାଥୁ ଓ୍ୱାଡେଙ୍କ ସହ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିବା ସହ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ।

Image

ଏହାରି ମଧ୍ୟରେ ମାଥ୍ୟୁ ଓ୍ୱାଡେ ଅଶ୍ୱିନଙ୍କ ବଲରେ ଜାଡେଜାଙ୍କୁ କ୍ୟାଚ୍ ଦେଇ ପେଭିଲି୍ୟନ ଫେରିଥିଲେ । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସ୍ଟିଭେନ୍ ସ୍ମିଥ୍ ମଧ୍ୟ ଅଶ୍ୱିନଙ୍କ ଶିକାର ହୋଇଥିଲେ ଏବଂ ଖାତା ଖୋଲିବାକୁ ସକ୍ଷମ ହୋଇପାରିନଥିଲେ । ଏହା ପରେ ତାଭିସ୍ ହେଡ୍ ୩୮ ରନ୍ କରିଥିଲେ । କିନ୍ତୁ ଲଗାତାର ଭାବେ ଓ୍ୱିକେଟର ପତନ ହେବାରେ ଲାଗିଥିଲା ଏବଂ ୧୯୫ ରନ୍‌ରେ ପୂରା ଟିମ୍ ଅଲଆଉଟ୍ ହୋଇଯାଇଥିଲା ।

Image

          ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ ନେଇଥିବା ବେଳେ ରବିଚନ୍ଦ ଅଶ୍ୱିନ ୩ଟି, ରବୀନ୍ଦ୍ର ଜାଡେଜା ଗୋଟିଏ ଏବଂ ମହମ୍ମଦ ସିରାଜ୍ ୨ ଓ୍ୱିକେଟ୍ ନେଇଛନ୍ତି । ଆୟୋଜକ ଦଳ ୧୯୫ ରନ୍‌ରେ ସୀମିତ ହୋଇଥିଲେ ମଧ୍ୟ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ବ୍ୟାଟିଂ ପ୍ରଦର୍ଶନ ନିରାଶଜନକ ରହିଥିବା ତାକୁ ଦେଖିଲେ ୧୯୫ ଟିମ୍ ଇଣ୍ଡିଆ ପାଇଁ କଷ୍ଟକର ହୋଇପାରେ ବୋଲି ମନେ ହେଉଛି ।

Leave a Reply