ଲକ୍‌ଡାଉନ୍‌ରେ ଜନଗହଳି କମାଇବାକୁ ନୂଆ ପ୍ରୟାସ: ଘରେ ପହଞ୍ଚିବ ଗ୍ରୋସରୀ ସାମଗ୍ରୀ

ଭୁବନେଶ୍ୱର: ଏଣିକି ଘରେ ପହଞ୍ଚିବ ଗ୍ରୋସରୀ ସାମଗ୍ରୀ । ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନେଇ ଲୋକଙ୍କ ଭିଡ଼ କମାଇବାକୁ କିଛି ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍‌ ବା ବିଏମ୍‌ସି । ଲକ୍‌ଡାଉନ୍‌ ସମୟରେ ଗ୍ରୋସରୀ ସାମଗ୍ରୀ ସହ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସରିଯିବା ଆଶଙ୍କାରେ ଲୋକମାନେ ଏବେ ରାସନ ଦୋକାନ, ପରିବା ଦୋକାନ ଫଳ ଦୋକାନ ଆଦିରେ ଭିଡ଼ ଜମାଉଛନ୍ତି । ଯାହାକୁ ନେଇ କରୋନା ସଂକ୍ରମଣର ଆଶଙ୍କା ବଢିଯାଇଛି । ଏହି ଆଶଙ୍କାକୁ ଏଡ଼ାଇବା ଲାଗି କିଛି ଏଭଳି ନିଷ୍ପତ୍ତି ନେଇଛି ବିଏମ୍‌ସି ।

ରିଲାଏନ୍ସ ଫ୍ରେସ, ବିଗ୍ ବଜାର, ବିଶାଲ ମେଗା ମାର୍ଟ ଏବଂ ଆଧାର ଫ୍ରେଶର ୨୮ ଟି ଆଉଟଲେଟରୁ ଲୋକେ ନିଜ ଘର ଦ୍ୱାରରେ ପାଇପାରିବେ ଅତ୍ୟାବଶ୍ୟକୀୟ ସାମଗ୍ରୀ । ଶୁକ୍ରବାରଠାରୁ ସକାଳ୭ ଟାରୁ ରାତି ୧୧ ମଧ୍ୟରେ ସେମାନେ ସେମାନଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅର୍ଡର କରିପାରିବେ ।

ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ମଲ୍‌ ଗୁଡ଼ିକର ହ୍ୱାଟ୍ସ ଆପ୍ ନମ୍ୱର ମଧ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଯୋଗାଇଦିଆଯାଇଛି । ଗ୍ରାହକ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ହ୍ୱାଟ୍ସ ଆପ୍‌ ଯୋଗେ ଅର୍ଡର କରିପାରିବେ । ଏବଂ ସେମାନଙ୍କ ସାମଗ୍ରୀ ପାଇବା ପରେ ସାମଗ୍ରୀ ବାବଦର ଟଙ୍କା ଡେଲିଭେରୀ ବୟ୍‌ଙ୍କ ନିକଟରେ ପଇଠ କରିପାରିବେ ।

Leave a Reply