ନେତାଙ୍କୁ ନିୟମ ନେଇ କିଏ କରିବ ସଚେତନ ?

ଭୁବନେଶ୍ୱର: ନେତା ନିୟମ କରୁଛନ୍ତି, ନେତା ନିୟମ ଭାଙ୍ଗୁଛନ୍ତି । କରୋନା କଟକଣା ବେଳେ ରାଜ୍ୟର ତଥାକଥିତ ଆଗଧାଡ଼ିର ବିଜେପି ନେତାମାନେ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେମିତି ନିୟମ ଭାଙ୍ଗିବା ପ୍ରତିଯୋଗିତାର ଆଗରେ ରହିବାକୁ ଚେଷ୍ଟା କରୁଛନ୍ତି । ବହୁ ସମାଲୋଚନା ହେଲେ ମଧ୍ୟ ଖାତିର ନାହିଁ । ‘ମହାଜନ ଯେନ ଗତଃ ସଃ ପନ୍ଥା’ । ଅର୍ଥାତ୍ ବଡ଼ଲୋକମାନେ ଯେଉଁ ରାସ୍ତାରେ ଯିବେ ତାକୁ ଅନ୍ୟମାନେ ଅନୁସରଣ କରିବେ । ତେଣୁ ବୈଜୟନ୍ତ, ଅପରାଜିତା ଓ ଅନ୍ୟ ବିଜେପି ନେତା ଲୋକଙ୍କୁ କରୋନା ନିୟମ ଭାଙ୍ଗିବା ବାଟ ଦେଖାଇବାର ନେତୃତ୍ୱ ନେଇଥିବା ଭଳି ମନେ ହେଉଛି ।

ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଆବଶ୍ୟକ । ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ମାସ୍କ ନପିନ୍ଧି ୧୩ ହଜାର ଟଙ୍କା ଫାଇନ୍ ଦେଇଛନ୍ତି । ତେଣୁ ଯେତେବଡ଼ ଲୋକ ହୁଅନ୍ତୁ ସମସ୍ତେ ମାସ୍କ ପିନ୍ଧିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇ ବାରମ୍ବାର ଏହି ବାର୍ତ୍ତା ଦେଉଛନ୍ତି । ଗାଁର ପ୍ରଧାନ ହେଉ କି ପ୍ରଧାନମନ୍ତ୍ରୀ । ନିୟମ ଠାରୁ ଊର୍ଦ୍ଧ୍ୱରେ କେହି ବି ନୁହଁନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଯେପରି ବୁଝିପାରୁ ନାହିଁ ରାଜ୍ୟ ବିଜେପି ।

ଦୃଶ୍ୟ ନମ୍ବର

ଆଜି ମାସ୍କ ନ ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଥିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ମୁହଁରେ ନଥିଲା ମାସ୍କ । ଅନ୍ୟମାନଙ୍କ ଭିତରୁ ୩ ଜଣ ମାସ୍କ ପିନ୍ଧିଥିବା ବେଳେ ବାକି ତିନି ପିନ୍ଧି ନଥିଲେ ।

ଦୃଶ୍ୟ ନମ୍ବର

ସଂକଟ ସମୟରେ ସେବା ନାଁରେ ରାଜନୀତି କରିବାକୁ ମହାକାଳପଡ଼ା ଯାଇଥିଲେ ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ହେଲେ ବିରାଟ ପଟୁଆରରେ ବାଇକ୍‌ ରାଲି କରିଥିଲେ ବୈଜୟନ୍ତ । ନିଜ ଦଳର ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀଙ୍କ ସମାଜିକ ଦୂରତା ନିୟମକୁ ଦଳି ଚକଟି ଦେଇଥିଲେ ଏହି ବରିଷ୍ଠ ନେତା ।

ଦୃଶ୍ୟ ନମ୍ବର

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିୟମ ଭାଙ୍ଗିବାର ବ୍ରାଣ୍ଡ ଆମ୍ବାସଡର ପାଲଟିଛନ୍ତି । ପ୍ରଥମେ ଦଳୀୟ କର୍ମୀ ଜଗନ୍ନାଥ ପ୍ରଧାନଙ୍କ ଘରେ ଶତାଧିକ ସମର୍ଥକଙ୍କ ସହ ଫଟୋ ଉଠାଇଲେ । ପୁଣି ମୁହଁରେ ମାସ୍କ ବି ନଥିଲା। ଭୂମି ପୂଜନ ନାଁରେ ମାଡାମ୍ ପୁଣି ସାମାଜିକ ଦୂରତା ଭୁଲିଗଲେ । ମାର୍କେଟ ବିଲ୍ଡିଂରେ ବିଜେପିର ଜନସଂପର୍କ ଯାତ୍ରାକୁ ପୂର୍ବରୁ ହେଉଥିବା ବିଶାଳ ପଦଯାତ୍ରା ପରି ଡିଜାଇନ କଲେ ସାଂସଦ ମହୋଦୟା ।

ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାହା ଦେଶ ପାଇଁ । ହେଲେ ରାଜ୍ୟ ବିଜେପିର ଆଚରଣ ସାବ୍ୟସ୍ତ କରୁଛି ଯେ ନିୟମଠୁ ଊର୍ଦ୍ଧ୍ୱରେ ଦଳୀୟ ନେତା । ଯେତେବେଳେ ଦଳର ସବୋର୍ଚ୍ଚ ନେତା ଆହ୍ଵାନ ଦେଉଛନ୍ତି ସେହି ଦଳର ନେତାଏ ଏକଥାକୁ ଭୃକ୍ଷେପ କରିବା କେତେଦୂର ଯୁକ୍ତିଯୁକ୍ତ ?

Leave a Reply