ପରୀ ହତ୍ୟା ମାମଲାରେ ନିମ୍ନସ୍ତରର ରାଜନୀତି କରୁଛି ବିଜେପି: ଲେନିନ୍

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ତଦନ୍ତକୁ ନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟ ସନ୍ତୋଷବ୍ୟକ୍ତ କରିଛନ୍ତି । ଏସ୍‌ଆଇଟି ପକ୍ଷରୁ ଦିଆଯାଇଥିବା ତିନୋଟି ଷ୍ଟଟସ୍ ରିପୋର୍ଟ ଉପରେ ହାଇକୋର୍ଟ ସନ୍ତୋଷବ୍ୟକ୍ତ କରିବା ସହ ପରବର୍ତ୍ତୀ ଶୁଣାଣି ଲାଗି ତାରିଖ ଧାର୍ଯ୍ୟ କରିଛନ୍ତି ।

          ପରୀ ହତ୍ୟା ମାମଲାରେ ତଦନ୍ତ ଲାଗି ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ (ଏସ୍‌ଆଇଟି) ଗଠନ ସକାଶେ ୨୦୨୦ ନଭେମ୍ୱର ୨୭ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା । ନଭେମ୍ୱର ୨୮ ତାରିଖରେ ଓଡ଼ିଶା ସରକାର ଏସ୍ଆଇଟି ଗଠନ ନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିବା ସହିତ ଏସ୍ଆଇଟି ତଦନ୍ତର ମନିଟରିଂ ନେଇ ଅଦାଲତଙ୍କୁ ଅନୁରୋଧ କରିଥିଲେ ।

Counter by BJD Spokesperson Lenin Mohanty

ଏସ୍ଆଇଟି ତାହାର ତଦନ୍ତର ଅଗ୍ରଗତି ନେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେଇଆସୁଛନ୍ତି । ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍ଆଇଟି  ଦ୍ୱାରା ଦିଆଯାଇଥିବା ତିନୋଟି ଷ୍ଟାଟସ୍ ରିପୋର୍ଟକୁ ଅନୁଧ୍ୟାନ କରି ସନ୍ତୋଷବ୍ୟକ୍ତ କରିବା  ସହିତ ମାର୍ଚ୍ଚ ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ହେଲେ ବିଜେପି ଓଡ଼ିଶା ପରୀ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ପ୍ରଥମ ଦିନରୁ ସମର୍ଥନ କରିବା ସହିତ ମନଗଢ଼ା ଆରୋପ ଓ ଶସ୍ତା ରାଜନୀତି ଚଳାଇଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଓଡ଼ିଶା ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ନିମ୍ନସ୍ତରର ରାଜନୀତି କେବେ ବି ଦେଖିବାକୁ ମିଳିନଥିଲା ଯାହା ପରୀ ଘଟଣାରେ ଓଡ଼ିଶା ବିଜେପି ଦେଖାଉଛି । ଓଡ଼ିଶାବାସୀ ରାଜ୍ୟ ବିଜେପିର ଏଭଳି ମନଗଢ଼ା ମିଥ୍ୟା ଆରୋପକୁ ପ୍ରତିଦିନ ଅନୁଧ୍ୟାନ କରିବା ସହିତ ଅତୀତରେ ବିଜେପିକୁ ଯେଭଳି ଶିକ୍ଷା ଦେଇଛନ୍ତି ପୁଣିଥରେ ତାହା ଦୋହରାଇବେ ବୋଲି ବିଜେପି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

ଅପରପକ୍ଷରେ ବିଜେଡି ନେତ୍ରୀ ଇପ୍ସିତା ସାହୁ ମଧ୍ୟ ପରୀ ପ୍ରସଂଗରେ ପ୍ରେସମିଟ୍ କରିଛନ୍ତି ।ସେ କହିଛନ୍ତି ଯେ, ଗତ କିଛିଦିନ ବ୍ୟବଧାନରେ ଏସଆଇଟି ୩ଟି ରିପୋର୍ଟ ନ୍ୟାୟଳୟକୁ ପ୍ରଦାନ କରିଛିନ୍ତି । ନ୍ୟାୟାଳୟ ମଧ୍ୟ ଏସାଇଟି ତଦନ୍ତରେ ସନ୍ତୋଷବ୍ୟକ୍ତ କରିଛନ୍ତି । ତେବେ ଘଟଣାରେ ଅଭିଯୁକ୍ତଙ୍କ ସପକ୍ଷରେ ବାହାରି ଓକିଲାତି କରୁଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ ପରୀକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ନା ନାହିଁ । ଯଦି ସେ ପରୀକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ଅଭିଯୁକ୍ତଙ୍କ ବିପକ୍ଷରେ ନଯାଇ ସପକ୍ଷରେ କାହିଁକି ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତ୍ରୀ ଇପ୍ସିତା ସାହୁ । ଯଦି ଅଭିଯୁକ୍ତ ସପକ୍ଷରେ ଯାଇ ଅଭିଯୁକ୍ତକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଲେଖାଶ୍ରୀ ନ୍ୟାୟଳୟ ଯାଆନ୍ତୁ । ଅଭିଯୁକ୍ତ ଦୋଷ ସ୍ବିକାର କରି ସାରିବା ପରେ ତାଙ୍କୁ ଲେଖାଶ୍ରୀ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି ? ଲେଖାଶ୍ରୀଙ୍କର ଏବଳି କ୍ରୁର ମାନସିକତାକୁ ନିନ୍ଦା କରିଛନ୍ତି ଇପ୍ସିତା । ଔଷଧ ବିକଳରେ ଲେଖାଶ୍ରୀ ତାଟିଆ କାମୁଡିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ଇପ୍ସିତା ସାହୁ ।

Leave a Reply