କରୋନା ଭାଇରସ୍ ପ୍ରଭାବ: ପୁଣି ବିଗ୍ ବସ୍ ୧୩ର ଟେଲିକାଷ୍ଟ !

1 min read

ମୁମ୍ବାଇ: ବିଗ୍ ବସ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଯେଉଁମାନେ ବିଗ୍ ବସ୍ ସିଜନ୍ ୧୩ ଦେଖି ନାହାଁନ୍ତି କିମ୍ବା କିଛି ଏପିସୋଡ୍ ମିସ୍ କରିଛନ୍ତି, ସେମାନେ ପୁଣି ଏହି ସିଜିନ୍ ଦେଖିପାରିବେ । ରିପୋର୍ଟ ଅନୁସାରେ, ବିଗ୍ ବସ୍ ୧୩ ପୁଣି ଥରେ ଆରମ୍ଭ ହେବ । ସୋସିଆଲ ମିଡିଆରେ କଲର୍ସ ଏହି ବିଷୟରେ ସୂଚନା ଦେଇଛି। କଲର୍ସ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଗ୍ ବସ୍ ୧୩ର ପ୍ରମୋ ସେୟାର କରିଛନ୍ତି । ପ୍ରମୋରେ ଲେଖାଯାଇଛି ଯେ, ଏହା ବିଗ୍ ବସ୍ ୧୩ର ରିପିଟ୍ ଟେଲିକାଷ୍ଟ  ।

ଏଥିରେ ସିଦ୍ଧାର୍ଥ ଶୁକ୍ଲା, ରଶ୍ମି ଦେଶାଇ, ଆସୀମ ରିଆଜ, ଶେହନାଜ ଗିଲ, ପାରସ ଛାବ୍ରା ଏବଂ ଅନ୍ୟ ପ୍ରତିଯୋଗୀଙ୍କ ଝଗଡା ଦେଖିବାକୁ ମିଳିବ । ଏମାନେ ମାସ ମାସ ଧରି ଦର୍ଶକଙ୍କୁ ଏଣ୍ଟରଟେନ୍ କରିଥିଲେ। ତେବେ ଯିଏ ଶୋ’ ଦେଖିନଥିଲା, ସେ ପୁଣି ଏହାକୁ ଦେଖି ପାରିବ । ବିଗ୍ ବସ୍ ୧୩ର ଏହି ରିପିଟ୍ ଟେଲିକାଷ୍ଟ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ । ଏହା ରାତି ୧୦୧୦ଟାରେ ପ୍ରସାରଣ ହେବ ।

ବିଗବସ୍ ର ସିଜିନ୍ ୧୩ ଅନେକ ଟିଆରପି ହାସଲ କରିଥିଲା । ଲୋକମାନେ ଏହି ଶୋ’କୁ ଆଜି ମଧ୍ୟ ମିସ୍ କରନ୍ତି । ବିଗ୍ ବସ୍ 13 ଶେଷ ହେବା ପରେ ଶେହନାଜ୍ ଗିଲ୍ ଏବଂ ପାରସ୍ ଛାବ୍ରାଙ୍କ ଶୋ’ ‘ମୁଝସେ ଶାଦୀ କରୋଗେ’ ଆରମ୍ଭ ହୋଇଥିଲା । କରୋନା ପାଇଁ ଏହି ଶୋ’ ମଧ୍ୟ ବନ୍ଦ ହୋଇଛି । ହେଲେ ବହୁ ପ୍ରତିକ୍ଷିତ ବିଗବସ୍ ଶୋ’ ପୁଣି ଥରେ ଦେଖିବାକୁ ମିଳିବ । ତେବେ ଗୋଟେ ସିଜିନ୍ ର ରିପିଟ୍ ଟେଲିକାଷ୍ଟ ପ୍ରଥମ ଥର ହେବାକୁ ଯାଉଛି, ଯାହା ଆଜି ଯାଏଁ କେବେ ହୋଇନଥିଲା ।

Leave a Reply