ଯୋଦ୍ଧାମାନଙ୍କ ପାଇଁ କରତାଳି ଦେବାବେଳେ ଭାବୁକ ହୋଇଥିଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

1 min read

ରବିବାର ସନ୍ଧ୍ୟାରେ ସମଗ୍ର ଦେଶ କରୋନା ଭାଇରସ ପାଇଁ ଲଢୁଥିବା ଯୋଦ୍ଧାମାନଙ୍କୁ ସମସ୍ତେ କରତାଳି, ଥାଲି ଏବଂ ଶଙ୍ଖ ବଜାଇ ଧନ୍ୟବାଦ ଜଣାଇଥିଲେ। ଗତ କାଲି ପୁରା ଦିନ ସମସ୍ତେ ଏହି ଜନତା କର୍ଫ୍ୟୁର ପାଳନ କରିଥିଲେ । ହେଲେ ଡାକ୍ତର, ପୋଲିସ, ଗଣମାଧ୍ୟମର ଲୋକେ କାମ କରି ଦେଶର ସେବା କରୁଥିଲେ । ହରିୟାଣାର କୁଇନ୍ ସପନା ଚୌଧୁରୀ ମଧ୍ୟ କରତାଳି ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ସମୟରେ ସେ ଭାବୁକ ହୋଇଥିଲେ । ସପନା ନିଜେ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓ ଆରମ୍ଭରେ ସେ ଲୁହ ପୋଛିଥିବାର ନଜର ଆସିଥିଲେ।

ଭିଡିଓ ସେୟାର କରି ସପନା ଲେଖିଛନ୍ତି ଯେ, ‘ଖରାପ ସମୟରେ ମଧ୍ୟ କିଛି ଭଲ ହୋଇଛି। ଏହି ଏକତା ଦେଖି ସେ ଗର୍ବିତ । ସମସ୍ତେ ମିଳିମିଶି ଏହି ଭାଇରସ ସହ ଲଢିଲେ ଏହାର ସଂକ୍ରମଣ କମିବ ବୋଲି କହିଛନ୍ତି ସପନା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସପନାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅନେକ ଲୋକେ ପସନ୍ଦ କରିଛନ୍ତି । ସେଲିବ୍ରେଟମାନେ ମଧ୍ୟ ଭିଡିଓରେ କମେଣ୍ଟ ଦେଇଛନ୍ତି ।

ସପନାଙ୍କ ବ୍ୟତୀତ ସାଧାରଣ ଲୋକେ ଓ ଅନେକ ସିନେମାର ଷ୍ଟାରମାନେ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସନ୍ଧ୍ୟା ପାଞ୍ଚଟା ବେଳେ କରତାଳି, ଥାଲି ଏବଂ ଶଙ୍ଖ ବଜାଇ ଏହା ଆରମ୍ଭ କରାଯାଇଥିଲା । ସମଗ୍ର ଦେଶବାସୀ ଏହି କାର୍ଯ୍ୟ ଉତ୍ସାହ ସହ କରିଥିଲେ । କିଛି ଦିନ ପୂର୍ବରୁ ସପନାଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ ସପନା ହରିୟାଣା ଗାୟକ ତଥା ଅଭିନେତା ଭୀର ସାହୁଙ୍କୁ ବିବାହ କରିବେ। ତେବେ ଉଭୟ ଏହି ବିଷୟରେ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। କିଛି ଦିନ ତଳେ ଏକ ସାକ୍ଷାତକାରରେ ସପନା, ଭୀରଙ୍କ ସହ ନିଜ ସମ୍ପର୍କ ବିଷୟରେ କହିଥିଲେ । ଭୀରଙ୍କୁ ହରିୟାଣାର ବାବୁଲୁ ମାନ୍ କୁହାଯାଏ ।

https://www.instagram.com/p/B-CQ5sXll3A/?utm_source=ig_embed

 

Leave a Reply