ଜୁନରେ ଆସିବ ବିଗ୍ ବି ଅମିତାଭଙ୍କ ’ଝୁଣ୍ଡ’

1 min read

ମୁମ୍ବାଇ: ବଲିଉଡର ଶେହନସା୍ ବୋଲାଉ ଥିବା ଅମିତାଭ ବଚ୍ଚନଙ୍କ ଅପକମିଂ ସ୍ପାେର୍ଟ୍ସ ଫିଲ୍ମ ‘ଝୁଣ୍ଡ’ ଜୁନ୍ ୧୮ ତାରିଖରେ ପରଦାକୁ ଆସିବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନାଗରାଜ ପୋପାଟ୍ରୋ ମଞ୍ଜୁଲେ ।

୭୮ ବର୍ଷୀୟ ବିଗ୍ ବି ଟ୍ୱିଟର ଆକାଉଣ୍ଟରେ ତାଙ୍କର ଏହି ଫିଲ୍ମର ପୋଷ୍ଟର ସହ ଫିଲ୍ମ ଡେଟ୍ ଶେୟାର କରିଛନ୍ତି ।

କୋଭିଡ୍ ପାଇଁ ସମସ୍ତେ ବସି ଯାଇଥିଲେ ହେଲେ ଏବେ କମବ୍ୟାକ୍ କରିବାର ସମୟ । ୧୮ ଜୁନରେ ଝୁଣ୍ଡ ରିଲିଜ ସହ ଆମେ ବଡ ପରଦାକୁ ଫେରୁଛୁ  ବୋଲି ସେ ଟ୍ୱିଟ୍ କରିଛନ୍ତି।

ଟି-ସିରିଜର ଏହି ଫିଲ୍ମରେ ଅମିତାଭ ବଚ୍ଚନ ବିଜୟ ବାର୍ସେ ଭୂମିକାରେ ନଜର ଆସୁଛନ୍ତି । ନାଗପୁର ସ୍ଥିତ ଜଣେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଭାବେ ସେ ନଜର ଆସିବେ । ଫିଲ୍ମଟି ଗତ ବର୍ଷ ସେପ୍ଟେମ୍ବରରେ ରିଲିଜ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁଁ ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

ଅମିତାଭଙ୍କୁ ଶେଷ ଥର ପାଇଁ ‘ଗୁଲାବୋ ସିତାବୋ’ରେ ଦେଖିବାକୁ ମିଳିଥିଲା ।

Leave a Reply