ଖୋର୍ଦ୍ଧାରେ ବାର୍ କର୍ମଚାରୀଙ୍କୁ ହତ୍ୟା: BMW କାର ପାର୍କିଂକୁ କେନ୍ଦ୍ରକରି କର୍ମଚାରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ

1 min read
Bar Staff Murdered by Miscreant in Khordha

ଖୋର୍ଦ୍ଧା: ଖୋର୍ଦ୍ଧା ଏନଏଚ୍ ୧୬ କଡ଼ରେ ଥିବା ଏକ ବାର କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ବିଏମଡବ୍ଲ୍ୟୁ କାର ପାର୍କିଂକୁ କେନ୍ଦ୍ରକରି କିଛି ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବାର କର୍ମଚାରୀ ଅମୀୟ ବାରିକ ।

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କ ସୂଚନା ମୁତାବକ, ବାରକୁ ୪ଟା ୫୫ ସମୟରେ ୩ ଜଣ ଦୁର୍ବୃତ୍ତ ଆସି ମଦ ପିଇବା ପାଇଁ ବାର୍ ପାଖରେ ଗାଡ଼ି ପାର୍କ କଲେ । ଗାଡ଼ି ପାର୍କିଂକୁ ନେଇ ବାର୍ ରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ପ୍ରତିବାଦ କରିବାରୁ ତାଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଦ୍ୱିତୀୟ କର୍ମଚାରୀ ଜଣଙ୍କ ଦୌଡ଼ି ପଳାଇଥିବା ବେଳେ ଅମୀୟ ବାରିକ ନାମକ କର୍ମଚାରୀ ଜଣଙ୍କ ଦୌଡ଼ି ପାରିଲେ ନାହିଁ । ଦୁର୍ବୃତ୍ତମାନେ ତାଙ୍କୁ ୭-୮ ଥର ଛୁଆ ମାଡ଼ କରିଥିବା ଏସପି ସୂଚନା ଦେଇଛନ୍ତି ।  ଆହତ ଅମୀୟଙ୍କୁ ରକ୍ତ ଜଡୁବୁଡୁ ଅବସ୍ଥାରେ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ସଂମ୍ପୂର୍ଣ୍ଣ ଘଟଣା ସିସିଟିଭି ରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜକୁ ଜବତ କରିଛି । ପୋଲିସ ରାତି ତମାମ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ମଧ୍ୟ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୫ଟି ଟିମ ଗଠନ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ରଣପୁଣ, ଭୁବନେଶ୍ୱର, ଜଟଣୀ, ପୁରୀ ଏବଂ ଗଞ୍ଜାମରେ ଭଳି ଅଞ୍ଚଳ ଗୁଡ଼ିକରେ ଦୃର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ପେଟ୍ରୋଲିଂ ଆରମ୍ଭ କରିଦେଇଛି । ଯେହେତେୁ ଅନଲକର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି ତେଣୁ ଚାରିଆଡ଼େ ପୋଲିସ ପଇଁତରା ମାରୁଛି ।

https://www.facebook.com/NandighoshaTV/videos/917364762074429/?t=8

Leave a Reply