ବାବ୍ରି ମସ୍‌ଜିଦ୍‌ ଭଙ୍ଗା ମାମଲା: ୩୦ରେ ଆସିବ ରାୟ, ଅଭିଯୁକ୍ତଙ୍କ ମଧ୍ୟର ଆଡ୍‌ଭାନୀ, ଯୋଶୀ

Lal Advani

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବହୁଚର୍ଚ୍ଚିତ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ଘଟଣା । ୨୮ ବର୍ଷ ପୂର୍ବେ ଦେଶର ରାଜନୈତିକ ପଟଚ୍ଚିତ୍ର ପରିବର୍ତ୍ତନ କରିଦେଇଥିବା ଏହି ଘଟଣା, ଏବେ ବି ଭାରତୀୟଙ୍କ ମନରୁ ଲିଭି ନାହିଁ । ସେହି ଘଟଣା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଆସନ୍ତା ୩୦ ତାରିଖରେ ଏହି ଘଟଣାକୁ ନେଇ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଶୁଣାଣି କରାଯିବ । ଦୀର୍ଘ ୨୮ ବର୍ଷ ଧରି ଚାଲିଆସୁଥିବା ଏହି ମାମଲାର ଶୁଣାଣି କିଭଳି ହେବ ଏବଂ ଏହାର ରାୟ କ’ଣ ପ୍ରକାଶ ପାଇବ, ସେନେଇ ସମସ୍ତେ ଚାହିଁ ରହିଛନ୍ତି ।

Babri Masjid

ଏହି ବାବ୍ରି ମସ୍‌ଜିଦ୍‌ ଭଙ୍ଗା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ହାଜର ହେବାକୁ କୁହାଯାଇଛି । ଏହି ଅଭିଯୁକ୍ତଙ୍କ ତାଲିକାରେ ୩୨ ଜଣଙ୍କ ନାଁ ଥିବା ବେଳେ ବିଜେପିର ଭେଟେରାନ୍‌ ନେତା ଏଲ.କେ ଆଡଭାନୀ ଏବଂ ମୁର୍ଲି ମନୋହର ଯୋଶୀଙ୍କ ନାଁ ସାମିଲ ରହିଛି । ଏମିତିକି ଦଳର ବରିଷ୍ଠ ନେତା ଉମା ଭାରତୀ ଏବଂ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ନାଁ ମଧ୍ୟ ଏହି ୩୨ ଜଣିଆ ଅଭିଯୁକ୍ତଙ୍କ ତାଲିକାରେ ରହିଛି ।

ଏହି ନେତାମାନେ ୧୫ ଶତାବ୍ଦିର ଏହି ମସ୍‌ଜିଦ୍‌କୁ ଭାଙ୍ଗିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନକୁ ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରାଯାଇଥିଲା, ତେଣୁ ମସ୍‌ଜିଦ୍‌କୁ ଭଙ୍ଗା‌ଯାଇଥିଲା ବୋଲି କୁହାଯାଉଛି । ତେବେ ସେହି ଘଟଣାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ରାଜ ଜନ୍ମଭୂମିରେ ମନ୍ଦିରେ ପ୍ରତିଷ୍ଠ କରିବା ପାଇଁ ରାୟ ଶୁଣାଇ ସାରିଛନ୍ତି । ଏବେ ରାମ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଭୂମି ପୂଜନ ଶେଷ ହେବା ସହ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଲାଣି ।

ମସ୍‌ଜିଦ୍‌ ଭଙ୍ଗା ଘଟଣାକୁ ନେଇ ୯୨ ବର୍ଷୀୟ ଶ୍ରୀ ଆଡଭାନୀ ଗତ ଜୁଲାଇ ୨୪ରେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ନିଜର ବୟାନ ରଖିଛନ୍ତି । ସେହିଭଳି ୮୬ ବର୍ଷୀୟ ମନୋହର ଯୋଶୀ ମଧ୍ୟ ସିବିଆଇ କୋର୍ଟରେ ବିବୃତି ରଖିଛନ୍ତି । ତେବେ ଉଭୟ ନେତା ନିଜ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Umma Bharti

ଅନ୍ୟପଟେ କିଛି ଦିନ ପୂର୍ବରୁ ଉମା ଭାରତୀ କହିଛନ୍ତି ଯେ, ଏହି ଘଟଣା ପାଇଁ ଯଦି ତାଙ୍କୁ ଜେଲ୍‌ ଯିବାକୁ ପଡ଼େ ତେବେ ସେ ନିଜକୁ ଭାଗ୍ୟବାନ୍‌ ମନେ କରିବେ । ସେ ଯେଉଁ ସ୍ଥାନରୁ ଜନ୍ମ ଗ୍ରହଣ କରିଛନ୍ତି ସେହି ତାଙ୍କ ପାଇଁ ଗର୍ବ କରିବ ।

Murli Manohar Joshi

ସେହିଭଳି ମସଜିଦ ଭାଙ୍ଗିବା ସମୟରେ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ହୋଇଥିଲା । ଏଥିରେ ପ୍ରାୟ ୩ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ଏହି ଘଟଣା ପରେ ତାଙ୍କ ସରକାର ବରଖାସ୍ତ ହୋଇଥିଲା ।

Leave a Reply