ଲକଡାଉନରେ ଗଲା ୧୦ ହଜାର ଟଙ୍କିଆ ଚାକିରି, ଏବେ ମାସକୁ ରୋଜଗାର କରୁଛନ୍ତି ୮୦ ହଜାର

1 min read

ମହାରାଷ୍ଟ୍ରର: କରୋନା ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । ସେହି ସମୟରେ ଅଧିକାଂଶ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି । ଚାକିରି ଯିବା ପରେ ବହୁ ସଂଖ୍ୟକ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଏହି ସମସ୍ୟା ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲକଡାଉନ ପୂର୍ବରୁ ମାସକୁ କେବଳ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ହେଲେ ଲକଡାଉନରେ ଚାକିରି ହରାଇବା ପରେ ସେ ବର୍ତ୍ତମାନ ମାସକୁ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ଲକଡାଉନର ଖାଲି ସମୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇଦେଲା । ଲକଡାଉନ୍ ପୂର୍ବରୁ ଚିତ୍ରାଙ୍କନ ଶିକ୍ଷକ ଭାବେ ମହେଶ କାପସେ କାମ କରୁଥିଲେ । ଲକଡାଉନ୍ ଘୋଷଣା ହେବା ପରଠୁ ସେ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଚିତ୍ରଗୁଡ଼ିକ ବହୁ ଲୋକପ୍ରିୟ ହୋଇଥିଲା । ତାଙ୍କ ଚିତ୍ରର ପ୍ରଶଂସକ ଦିନକୁ ଦିନ ବଢିବାକୁ ଲାଗିଲେ । ଏମିତିକି ବଲିଉଡ ଅଭିନେତା ରିତେଶ ଦେଶମୁଖ ମଧ୍ୟ ତାଙ୍କ ପେଣ୍ଟିଂ ଦେଖି ତାଙ୍କର ଖୁବ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ମହେଶ ମାସକୁ ପ୍ରାୟ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସ ପୂର୍ବରୁ ମହେଶଙ୍କୁ କେହି ଜାଣି ନଥିଲେ । ମହାରାଷ୍ଟ୍ରର ସ୍ଥିତ ଔରଙ୍ଗାବାଦର ଗୋଟେ ବିଦ୍ୟାଳୟରେ ଚିତ୍ରାଙ୍କନ ଶିକ୍ଷକ ଥିଲେ। କରୋନା ସଙ୍କଟର କିଛି ଦିନ ପରେ ତାଙ୍କର ଚାକିରି ଚାଲିଗଲା । ମହେଶ ମଧ୍ୟ ସେହି ସମୟରେ ନିଜ ଗାଁକୁ ଫେରିଯାଇଥିଲେ। ସେତେବେଳେ ମହେଶ ଖାଲି ସମୟରେ ଚିତ୍ର କରି ଟିକଟକରେ ଭିଡିଓ କରିବାର ଯୋଜନା କରିଥିଲେ। ତାଙ୍କ ମନରେ ଏହି ଧାରଣା ଆସିବା ପରେ ମହେଶଙ୍କ ଜୀବନ ବଦଳିଗଲା ।

ଧିରେ ଧିରେ ମହେଶ ସାଧାରଣ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଲାଗିଲେ । କିନ୍ତୁ ତା’ପରେ ସେ ସେଲିବ୍ରିଟିମାନେ ମଧ୍ୟ ତାଙ୍କ କଳାର ପ୍ରଶଂସକ ହୋଇଥିଲେ । ମହେଶଙ୍କୁ ଆନ୍ତର୍ଜାତୀୟ ଫେମ୍ ମଧ୍ୟ ମିଳିଲା । କ୍ରିକେଟର ଡେଭିଡ ୱାର୍ନର, କେଭିନ ପିଟରସେନ ମଧ୍ୟ ତାଙ୍କ ଭିଡିଓ ସେୟାର କରିଛନ୍ତି। ଏପରିକି ମରାଠୀ କଳାକାରମାନେ ମଧ୍ୟ ତାଙ୍କର ଫ୍ୟାନ୍ ହୋଇଥିଲେ ।

ମହେଶଙ୍କ କହିବା ଅନୁସାରେ, ସେ ପ୍ରଥମେ ସେହିମାନଙ୍କ ପେଣ୍ଟିଂ କରିଥିଲେ ଯେଉଁମାନେ ତାଙ୍କ ସହିତ ଡ୍ୟୁଟି କରୁଥିଲେ । ତାଙ୍କ ଚିତ୍ର ଧିରେ ଧିରେ ଭାଇରାଲ ହୋବାକୁ ଲାଗିଲା । ଗୋଟେ ଦିନରେ ୨-୩ଟି ଅର୍ଡର ଆସିଲା । ବର୍ତ୍ତମାନ ମହେଶ ମାସକୁ ୪୦ରୁ ଅଧିକ ଅର୍ଡର ପାଆନ୍ତି । ଏବଂ ସେ ଗୋଟେ ପେଣ୍ଟିଂ ପାଇଁ ୨ ହଜାର ଟଙ୍କା ନିଅନ୍ତି । ଗୋଟେ ପେଣ୍ଟିଂ କରିବାକୁ ତାଙ୍କୁ ମାତ୍ର ୧୦ମିନିଟ୍ ସମୟ ଲାଗେ । ମହେଶଙ୍କ ଚିତ୍ର କଳା ଯୋଗୁଁ ତାଙ୍କ ପରିବାର ଲୋକେ ବହୁତ ଗର୍ବିତ ଏବଂ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।

Leave a Reply