ଏବେ ଆମାଜନରେ ମିଳିବ ମଦ,ଅନଲାଇନରେ ଅର୍ଡର ଦେଲେ ହେବ ହୋମ୍ ଡେଲିଭରୀ

1 min read

ଆମେରିକୀୟ କମ୍ପାନୀ ଆମାଜନକୁ ବିଅର ଓ ଓ୍ୱାଇନର ହୋମ୍ ଡେଲିଭରୀ କରିବା ପାଇଁ ଅନୁମତି ମିଳିଛି । ଏଣିକି ଦେଶରେ ଆମାଜନ ଅନଲାଇନରେ ମଦ ବିକ୍ରି କରିପାରିବ । ଲକଡାଉନ୍ ପରେ ସାରା ଦେଶରେ ମଦ ପ୍ରସ୍ତୁତ କରୁଥବା କିମ୍ବା ବିକ୍ରି କରୁଥିବା କମ୍ପାନୀଗୁଡିକୁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡିଛି । ଏସବୁ ପରେ ଅନେକ ରାଜ୍ୟରେ ଖୋଦ ମଦ ବିକ୍ରି କରୁଥିବା ସଂସ୍ଥାକୁ ହିଁ ହୋମ୍ ଡେଲିଭରୀ କରିବାର ସୁଯୋଗ ଦେଇଥିଲେ । ଏବେ ଆମାଜନ ଭଳି ହୋମ୍ ଡେଲିଭରୀ କରୁଥିବା ସଂସ୍ଥା ମଦ ବିକ୍ରିର ଦାୟିତ୍ୱ ନେଉଛନ୍ତି । ଆସନ୍ତୁ ଜାଣିବା କେଉଁ କ ରାଜ୍ୟରେ ଆରମ୍ଭ ହେବ ମଦ ବିକ୍ରି…

 

 

ସମାଚାର ଏଜେନ୍ସି ରଏଟର ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ସରକାର ଆମାଜନକୁ ନିଜ ରାଜ୍ୟରେ ମଦ ବିକ୍ରିର ଅନୁମତି ଦେଇଛନ୍ତି । ପୂର୍ବରୁ ଆମାଜନ ମଦ ବିକ୍ରି କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ ଓ ଏବେ ଏନେଇ ଅନୁମତି ମିଳିଛି । ସୂଚନାଯୋଗ୍ୟ ଯେ ଚୀନର ଇ-କମର୍ସ କମ୍ପାନୀ ଅଲିବାବାର ବିଗ୍ ବାସ୍କେଟକୁ ମଧ୍ୟ ମଦ ବିକ୍ରି ନେଇ ଅନୁମତି ମିଳିପାରେ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ପଶ୍ଚିମବଙ୍ଗରେ ଏହି ଦୁଇ କମ୍ପାନୀ ମଦ ବିକ୍ରି ଆରମ୍ଭ କରିବେ । ତେବେ ଏନେଇ କୌଣସି ବିଦ୍ଧିବଦ୍ଧ ସରକାରୀ ଘୋଷଣା ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗର ଜନସଂଖ୍ୟା ୯କୋଟି ଓ ଏହା ଦେଶର ୪ର୍ଥ ଜନବହୁଳ ରାଜ୍ୟ । ଏଠାରେ ଅନଲାଇନ୍ ମଦ ବେପାର ଆମାଜନ ଓ ବିଗ୍ ବାସ୍କେଟ ଭଳି କମ୍ପାନୀ ପାଇଁ ଲାଭଦାୟକ ହେବ ।

Leave a Reply