ରଣବୀର କପୁରଙ୍କ ସହ ବ୍ରେକଅପ୍ ନେଇ କଣ କହିଲେ ଆଲିଆ, ଜାଣନ୍ତୁ…

1 min read

ମୁମ୍ବାଇ: ବଲିଉଡରେ ଅଧିକାଂଶ ସମୟ ସେଲିବ୍ରିଟିଙ୍କ ରିଲେସନଶିପ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ଆଲିୟା ଭଟ୍ଟ ଏବଂ ରଣବୀର କପୁର ଏବେ ସବୁଠୁ ଲୋକପ୍ରିୟ କପଲ୍ସ ଭାବେ ଜଣାଯାଆନ୍ତି । କିଛି ଦିନ ତଳେ ଶୁଣିବାକୁ ମିଳିଥିଲା ଯେ, ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ ନିକଟରେ ଦୁହିଁଙ୍କ ବ୍ରେକ୍ଅପ୍ ର ଚର୍ଚ୍ଚା ମଧ୍ୟ ଜୋରସୋର ରେ ଶୁଣିବାକୁ ମିଳୁଥିଲା ।  ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ବ୍ରେକଅପ୍ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ଏହି ଖବର ବିଷୟରେ ଜଣାଇଛନ୍ତି। ନିଜର ଏକ ଫଟୋ ସେୟାର କରିଛନ୍ତି ଆଲିୟା । ଏହି ଫଟୋରେ ସେ ବାଲକୋନୀରେ ଠିଆ ହୋଇ ସନ୍ ରାଇଜ୍ ତଥା ସୂର୍ଯ୍ୟଦୋୟ ଦେଖୁଛନ୍ତି  । ଫଟୋରେ ଆଲିୟା କ୍ୟାପସନ୍ ମଧ୍ୟ ଦେଇଛନ୍ତି ।

https://www.instagram.com/p/B99X60mlLED/?utm_source=ig_embed

ଆଲିଆ ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ, “ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ .. ସୂର୍ଯ୍ୟୋଦୟ ଦେଖନ୍ତୁ।” ଆଲିଆ ନିଜ ଫଟୋର କ୍ରେଡିଟ୍ ରଣବୀରଙ୍କୁ ଦେଇଛନ୍ତି ଓ ତାଙ୍କୁ ଅଲ ଟାଇମ୍ ଫେଭରାଇଟ ବୋଲି କହିଛନ୍ତି। ଆଲିଆଙ୍କ ଭଉଣୀ ଶାହିନ୍ ଭଟ୍ଟ ଏହି ଫଟୋରେ କମେଣ୍ଟ ଦେଇଛନ୍ତି । ଏହା ସହ ରଣବୀରଙ୍କ ମାଆ ତଥା ଭେଟେରାନ ଅଭିନେତ୍ରୀ ନୀତୁ କପୁର ଏହି ଚିତ୍ରରେ ଏକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି। ତେବେ ଆଲିୟାଙ୍କ ଏହି ଫଟୋ ବ୍ୟତୀତ ଫ୍ୟାନ୍ସ ତାଙ୍କ କ୍ୟାପସନ୍ ଦ୍ୱାରା ଆକର୍ଷିତ ହୋଇଛନ୍ତି । ଉଭୟଙ୍କୁ ଏକା ସହ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଆଲିଆ ଏବଂ ରଣଭୀରଙ୍କୁ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ଏକାଠି ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଆୟାନ ମୁଖାର୍ଜୀ ଦେଇଛନ୍ତି । ଏହା ବ୍ୟତୀତ ଆଲିଆଙ୍କୁ ‘ରୋଡ୍ ୨’ ଏବଂ ‘ଗାଙ୍ଗୁବାଇ କାଠିଆୱାଡି’ରେ ମଧ୍ୟ ଦେଖିବାକୁ ମିଳିବ।

Leave a Reply