ଏକା ସାଙ୍ଗରେ ଗିଟାର ବଜାଇଲେ ୭୦ଟି ପକ୍ଷୀ, ଭିଡ଼ିଓ ଭାଇରାଲ

1 min read

ପକ୍ଷୀ ମାନଙ୍କର ଖିଚିରିମିରିଚି ଶବ୍ଦ ଆପଣ ଖୁବ ଶୁଣିଥିବେ । କିନ୍ତୁ ଗିଟାର ବଜାଇବା ହୁଏତ କେବେ ଦେଖିନଥିବେ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ । ଏହି ଭାଇରାଲ ଭିଡ଼ିଓରେ ୭୦ଟି ପକ୍ଷୀଙ୍କୁ ଗିଟାର ବଜାଉ ଥିବାର ଦେଖିବାକୁ ମିଳିଛି ।

 

ମଣ୍ଟ୍ରିୟଲ ମ୍ୟୁଜିୟମ ଅଫ ଫାଇନ ଆର୍ଟସର ଏକ ମ୍ୟୁଜିୟମ ବିଜ୍ଞାନମେଳାରେ ଜେବ୍ରା ଫିଞ୍ଚ ନାମକ ୭୦ଟି ପକ୍ଷୀ ଏକା ସାଙ୍ଗରେ କେତେକ ବେସ ଏବଂ ଇଲେକ୍ଟ୍ରୋନିକ ଗିଟାର ଉପରେ ଛିଡ଼ା ହୋଇ ଅଦ୍ଭୁତ ସଙ୍ଗୀତ ଶୁଣାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ବାରମ୍ବାର ଦେଖୁଛନ୍ତି ୟୁଜର୍ସ । ଏହାକୁ ପ୍ରଥମେ ଟ୍ୱିଟରରେ ଶେୟାର କରିଥିଲେ ଜଣେ ବ୍ୟକ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଛିଯେ, ଏକ ବଡ଼ ହଲ ମଧ୍ୟରେ କିଛି ଦୂରତା ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଗିଟାର ରଖାଯାଇଛି । ଗୋଟିଏ ପରେ ଗୋଟିଏ ପକ୍ଷୀ ଆସି ଗିଟାର ଉପରେ ବସିବା ପରେ ଭିନ୍ନ ଭିନ୍ନ ରୁଚିକର ଧ୍ୱନି ଶୁଣିବାକୁ ମିଳୁଛି । ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୧.୪ ମିଲିୟନ ଲୋକ ଦେଖି ସାରିଲେଣି ।

Leave a Reply