ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ, ରାଜ୍ୟରୁ ୬୪୭ ଏବଂ ଗଞ୍ଜାମରୁ ସର୍ବାଧିକ ୨୨୫ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦେଶ ଭଳି ରାଜ୍ୟରେ କରୋନା ପାରା ଦିନକୁ ଦିନ ଉପର ମୁଁହା ହେଉଛି । ମଙ୍ଗଳବାର ପୁଣି ରାଜ୍ୟରୁ ୬୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିଧ୍ୟରୁ ୪୩୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୧୬ ଜଣଙ୍କ ଲୋକାଲ କଣ୍ଟାକ୍ଟ ରହିଛି । ତେବେ ରାଜ୍ୟରେ ୪ ଲକ୍ଷରୁ ଅଧିକ କମୁଲେଟିଭ ଟେଷ୍ଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮  ହଜାର ୭ଶହ ୫୭ ରହିଛି ।

୧୨ ହଜାର ୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୭୧୫ଟି ଆକ୍ଟିଭ କେସ ରହିଛି । ସବୁଠାରୁ ବଡ଼ କଥା ହେଉଛି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି ।

ସଂକ୍ରମିତ ୬୪୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ଦିନକରେ ରେକଡ ସଂଖ୍ୟା ଛୁଇଁଛି । ୨୨୫ ଜଣ କେବଳ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୭, ବାଲେଶ୍ୱରରୁ ୪୦, ଭଦ୍ରକରୁ ୧୨, ବଲାଙ୍ଗିରରୁ ୫, କଟକରୁ ୮୪, ଢ଼େଙ୍କାନାଳରୁ ୧୦, ଜଗତସିଂହପୁରରୁ ୭, ଯାଜପୁରରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୧୩, ଖୋର୍ଦ୍ଧାରୁ ୬୮, କେନ୍ଦୁଝରରୁ ୮, କୋରାପୁଟରୁ ୨୮, ମାଲକାନାଗିରିରୁ ୧୦, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୪, ରାୟଗଡ଼ାରୁ ୪୭, ସମ୍ବଲପୁରରୁ ୧୦, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply