ରାଜ୍ୟରେ ଆଜି ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି

1 min read

ଭୁବନେଶ୍ୱର: ଶନିବାର ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ବୃଦ୍ଧି ପାଇ ୫୪ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।

ତେବେ, ଆଜି ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ । ସେମାନେ କୁଆଡ଼େ ଯାଇଥିଲେ, କାହା ସଂସ୍ପର୍ଶରେ ଆସିଛନ୍ତି ତାହା ମଧ୍ୟ ଜଣାପଡ଼ିନାହିଁ । ପୂର୍ବରୁ ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ

ରାଜ୍ୟରେ ଲକ୍ଷଣ ନଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଲକ୍ଷଣ ନଥିବା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ୟାପକ ନମୁନା ଟେଷ୍ଟିଂ ଆବଶ୍ୟକତା ରହିଛି । ଏ ଦିଗରେ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

https://youtu.be/wsr5ty-BKGY

Leave a Reply