BREAKING NEWS
ଭାରତରେ ବଢୁଛି କରୋନା ଭୟ…୪ହଜାର ୮ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ହଜାରେ ପାର୍‌…ପଞ୍ଜାବ ଓ ଦିଲ୍ଲୀରେ ୫୦୦ରୁ ଅଧିକ ପଜିଟିଭ୍‌ କେଶ୍‌ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏପ୍ରିଲ ୪ ତାରିଖରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏପ୍ରିଲ ୪ ତାରିଖରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।ପୁଣି ରାଜଧାନୀରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ମଧୂସୁଦନ ନଗର ୟୁନିଟ-୪ର ବାସିନ୍ଦା ।ବିଶ୍ବରେ ଅଣାୟତ ହେଉଛି କୋଭିଡ-୧୯ ଭୂତାଣୁ…ୟୁଏସରେ ୩ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ହଜାରରୁ ଅଧିକ ଛୁଇଁଲା ମୃତ୍ୟୁ ସଂଖ୍ୟାବଢୁଛି କରୋନା ସଂକ୍ରମଣ…ଦେଶରେ ଶହେ ଟପିଲା ଡେଥ୍‌ ଟୋଲ…୪ ହଜାରରୁ ଅଧିକ ସଂକ୍ରମିତ, ମହାରାଷ୍ଟ୍ରରେ ସର୍ବାଧିକ…ବମିଖାଲର ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର…ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌, ଭୁବନେଶ୍ବରରେ ୩୦ଟି କରୋନା ଆକ୍ଟିଭ୍‌ କେସନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ପ୍ରେସମିଟ୍ । ଦେଶରେ ବର୍ତ୍ତମାନ ସୁଦ୍ଧା ୩୩୭୪ଟି କରୋନା ସଂକ୍ରମିତ ମାମଲା ଆସିଛି । ଗତକାଲି ୪୭୨ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଥିବା ବେଳେ କାଲି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି । ୨ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ବ୍ରହ୍ମପୁର: ଗୋଳନ୍ଥରା ଥାନା କୁକୁଡ଼ାଖଣ୍ଡି ବ୍ଲର ଲାଠି ଗାଁର ମାଟିଆ ସାହିକୁ କରୋନା ହଟସ୍ପଟ୍ ଘୋଷଣା କଲା ପ୍ରଶାସନ । ଭୁବନେଶ୍ୱର ବମିଖାଲରୁ କିଛି ଲୋକ ଆସି ଘରେ ଥିବାରୁ ନିଷ୍ପତ୍ତି । ଉକ୍ତ ଅଞ୍ଚଳକୁ ସଟଡାଉନ୍ ନେଇ ପ୍ରଶାସନର ନିଷ୍ପତ୍ତି ।ଶ୍ରୀନଗର: ୨୪ ଘଣ୍ଟାରେ କଶ୍ମୀର ଭ୍ୟାଲିରେ ୯ ଆତଙ୍କବାଦୀ ନିହତ । ଦକ୍ଷିଣ କଶ୍ମୀର ବାଟପୁରାରେ ୪ ଓ ନିୟନ୍ତ୍ରଣ ସୀମା ରେଖାର କେରନ ସେକ୍ଟରରେ ୪ ଆତଙ୍କୀ ନିହତ । ଜଣେ ଯବାନ ସହିଦ, ୨ ଆହତ ସୂଚନା ।

୧ ଘଣ୍ଟାରେ ୧୦ ଲକ୍ଷ କୋଟି ଟଙ୍କା ବୁଡ଼ିଗଲା, ଷ୍ଟକମାର୍କେଟ ଉପରେ କରୋନା ପ୍ରଭାବ

ନୂଆଦିଲ୍ଲୀ: ଷ୍ଟକ ମାର୍କେଟରେ କରୋନା ଇଫେକ୍ଟ । ସୋମବାର ଷ୍ଟକ ମାର୍କେଟ ନିବେଶକମାନଙ୍କ ଉପରେ କରୋନା ଭାଇରସ୍‌ର ବହୁତ ପ୍ରଭାବ ପଡ଼ିଛି । ଷ୍ଟକ୍ ମାର୍କେଟର କ୍ରମାଗତ ହ୍ରାସ ହେତୁ ନିବେଶକମାନେ କାରବାରର ପ୍ରଥମ ଘଣ୍ଟାରେ ୧୦ ଲକ୍ଷ କୋଟି ଟଙ୍କା ହରାଇଲେ । ବିଶ୍ୱର ଅନେକ ଦେଶ ଦେଇଥିବା ରିଲିଫ୍ ପ୍ୟାକେଜ୍ କାରଣରୁ ବଜାରକ କୌଣସି ସମର୍ଥନ ନାହିଁ ଏବଂ ନିବେଶକଙ୍କ ଅସ୍ଥିରତା ଦେଖାଦେଇଛି ।

ଉଲ୍ଲେଖନୀୟ କଥା ହେଉଛି, କରୋନା ଯୋଗୁଁ ସମଗ୍ର ଏସିଆ ବଜାରରେ ସୋମବାର ଦିନ ପୁରା କ୍ଷତି ହୋଇଛି । ସୋମବାର ଦିନ ୧୦ ଟା ପରେ, ଯେତେବେଳେ ସେନସେକ୍ସ ୧୦ ପ୍ରତିଶତ ହ୍ରାସ ପାଇଲା, ଅର୍ଥାତ୍ ୨୯୯୧ ପଏଣ୍ଟ ୨୬,୯୨୪ ରେ ପହଞ୍ଚିବା ପରେ ଉଭୟ ଏନ୍‌ଏସ୍ଇ ଏବଂ ବିଏସ୍‌ଇ ରେ କାରବାର ବନ୍ଦ ହୋଇଗଲା ।

ଭାରତୀୟ ଷ୍ଟକ୍ ମାର୍କେଟରେ, ବିଏସ୍‌ଇ ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୧୦,୨୯,୮୪୭ କୋଟିରୁ ହ୍ରାସ ପାଇ ୧,୦୫,୭୯,୨୯୬ କୋଟିରେ ପହଞ୍ଚିଛି । ବ୍ୟବସାୟର ପ୍ରଥମ ଘଣ୍ଟାରେ ସକାଳ ୧୦ ଟା ସମୟରେ ଅର୍ଥାତ୍ ବ୍ୟବସାୟର ପ୍ରଥମ ଏକ ଘଣ୍ଟା ମଧ୍ୟରେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ନିବେଶକ କ୍ଷତି ହୋଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More