ମହିଳାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଧମକାଉଥିଲେ, ପଞ୍ଜାବରୁ ଆସି ନବରଙ୍ଗପୁରରେ ଗିରଫ ହେଲେ

ନବରଙ୍ଗପୁର: ପଞ୍ଜାବ ବାଗଲପୁରର ଯୁବକ ନବରଙ୍ଗପୁରରେ ଗିରଫ । ପ୍ରେମ ପାଇଁ ସରହଦ ପାର୍ କରିଥିଲେ ପ୍ରେମିକ ପ୍ରବର । ଗିରଫ କଲା ପୋଲିସ । ପୋଲିସ ଜାଲରେ ଫସିଗଲେ ଫେସବୁକ ରସିକ । ଫେସବୁକରେ ସାଙ୍ଗ ହୋଇ ମହିଳାଙ୍କୁ କରିଥିଲା ପ୍ରେମ ନିବେଦନ । ମହିଳା ଅରାଜି ହେବାରୁ ଫଟୋ ଏଡିଟ କରି ଅଶ୍ଲୀଳ ଭାବେ ଭାଇରାଲ କରିଥିବା ନେଇ ଥାନାରେ ଏତଲା ପରେ ଗିରଫ ହେଲେ ପ୍ରେମିକ ପ୍ରବର ।

ସୂଚନା ଅନୁସାରେ ନବରଙ୍ଗପୁରର ଜଣେ ବିବାହିତ ମହିଳାଙ୍କୁ ପଞ୍ଜାବ ଗୁରୁଦାସପୁର ଜିଲ୍ଲା ବାଗଲପୁର ଗାଁର ଯୁବକ ଫେସବୁକରେ ବନ୍ଧୁତ୍ୱ କରିବାକୁ ଅନୁରୋଧ ପଠାଇଥିଲେ । ମହିଳା ଜଣକ ଯୁବକଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଗଢି ଉଠିଥିଲା ଏବଂ ଉଭୟ ଫେସବୁକରେ ଚାଟିଂ ବି କରୁଥିଲେ । ଯୁବକ ଜଣକ ମହିଳାଙ୍କୁ ଅନେକ ଥର ପ୍ରେମ ନିବେଦନ କରିଥିଲେ କିନ୍ତୁ ମହିଳା ଜଣକ ଯୁବକର ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ।

ଏବଂ ବାରମ୍ବାର ମହିଳାଙ୍କ ଅରାଜିକତାକୁ ଗ୍ରହଣ କରିପାରିନଥିଲେ ଯୁବକ ଜଣଙ୍କ ଏବଂ ଯୁବକ ଜଣଙ୍କ ମହିଳାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲେ । ଫଟୋ ଏଡିଟ୍‌ କରିବା ସହ ଅଶ୍ଲୀଳ କରି ଭାଇରାଲ କରିଥିଲା ଯୁବକ। ମହିଳା ଜଣକ କୌଣସି ଉପାୟ ନପାଇ ଶେଷରେ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କିଛିଦିନ ପରେ ମହିଳା ଜଣକ ଚତୁରତାର ସହ ଯୁବକଙ୍କୁ ନବରଙ୍ଗପୁର ଆସିବାକୁ କହିଥିଲେ । ଯୁବକ ନବରଙ୍ଗପୁର ଆସିବା ପରେ ପୋଲିସ ତାକୁ ଗିରଫ କରିଛି ।

Leave a Reply