ଆଜିଠୁ ଦୁଲୁକିବ ଯାଜପୁର, ଆରମ୍ଭ ହେଉଛି ଜିଲ୍ଲା ମହୋତ୍ସବ

ଯାଜପୁର: ଆଜିଠୁ ଦୁଲୁକିବ ଯାଜପୁର। ଆରମ୍ଭ ହେବ ଜିଲ୍ଲା ମହୋତ୍ସବ ‘ଯଯାତି ଏବଂ ପଲ୍ଲିଶ୍ରୀ ମେଳା’। ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଥିବା ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ,ରାଜସ୍ୱମନ୍ତ୍ରୀ ପ୍ରମିଳା ମଳ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଂଜନ ଘଡାଇଙ୍କ ସମେତ ଜିଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିବେ ।

ଆଜି ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହୋତ୍ସବରେ ପ୍ରତିଦିନ ଓଲିଉଡ ଓ ବଲିଉଡ କଳାକାର ମାନେ ଯୋଗଦେବେ। ଏହାସହ ପଲ୍ଲିଶ୍ରୀ ମେଳାରେ ପଡୁଛି ସ୍ବୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ୧୫୦ରୁ ଉର୍ଦ୍ଧର୍ ଷ୍ଟଲ।

ତେବେ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରର ଲକ୍ଷାଧିକ ଦର୍ଶକଙ୍କ ଭିଡ ହେବାର ସମ୍ଭାବନା ରହିଛି। ଏହି ଅବସରରେ ଜିଲ୍ଲାର କଳା,ସଂସ୍କୃତି ଓ ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯିବ।