ଅଭିଶେକ ଶର୍ମାଙ୍କ ଏହିସବୁ ଖରାପ ଅଭ୍ୟାସକୁ ଛଡ଼ାଇଛନ୍ତି ଯୁବରାଜ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ ପ୍ରତିଭା ଅଭିଶେକ ଶର୍ମା ଆଇପିଏଲରେ ଏବେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଏହି ହିଟର ବ୍ୟାଟ୍ସମ୍ୟାନଙ୍କ ଘାତକ ବ୍ୟାଟିଂ ଆଗରେ ବଡ଼ ବଡ଼ ବୋଲର ମଧ୍ୟ ଧରାଶାୟୀ ହୋଇଛନ୍ତି । ତେବେ ଅଭିଶେକ ଶର୍ମା ଟିମ ଇଣ୍ଡିଆର ପୂର୍ବତନ ଦକ୍ଷ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ନିଜର ଗୁରୁ ବୋଲି ମାନନ୍ତି । ଏହା ପ୍ରାୟତଃ କାହାକୁ ଅଛପା ନଥିବ । ତେବେ ଅଭିଶେକ ଶର୍ମାଙ୍କ କିଛି ଖରାପ ଅଭ୍ୟାସ ରହିଥିଲା । ଯାହାକୁ ବେଶ କଷ୍ଟରେ ଛଡ଼ାଇଛନ୍ତି ଯୁବରାଜ । ଏକ ଇଣ୍ଟରଭିୟ୍ୟୁ ସମୟରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ।
ଅଭିଶେକଙ୍କ ବାପା ତାଙ୍କର ପ୍ରଥମ ଗୁରୁ । ମାତ୍ର ବାପାଙ୍କ କଥାକୁ ପ୍ରଥମରୁ ଶୁଣୁନଥିବା କହିଛନ୍ତି । କିନ୍ତୁ ଯେବେ ସେ ଯୁବରାଜଙ୍କ ପାଖକୁ ଆସିଥିଲେ କେବେ ସେ ଗାଳି ତ ଆଉ କିଛି ଅଭ୍ୟାସକୁ ଭଲରେ ବୁଝାଇ ଛଡ଼ାଇଥିଲେ । ରାତିରେ ପାର୍ଟି କରିବା ଏବଂ ଡେଟିଂ କରିବା ଭଳି ଅଭ୍ୟାସରେ ପଡ଼ିଥିବା ଅଭିଶେକଙ୍କ ଏହିସବୁ ଅଭ୍ୟାସକୁ ଛଡ଼ାଇ ଖେଳରେ ଫୋକସ କରିବାକୁ ଯୁବରାଜ ଫୋକସ କରାଇଥିଲେ । ଆଉ ଆଜି ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି । ଆଉ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ଅଭିଶେକ ଶର୍ମା । କହି ରଖୁଛୁ କି, କରୋନା ସମୟରେ ଯୁବରାଜ ଅଭିଶେକ ଏବଂ ଗିଲଙ୍କୁ ନିଜ ପାଖରେ ରଖିଥିଲେ । ସେମାନଙ୍କ ଖେଳରେ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ଗୁରୁତ୍ବ ଦେଇଥିଲେ । ଏଣୁ ଅଭିଶେକଙ୍କ ସହ ଯୁବରାଜଙ୍କ ସହ ସବୁବେଳେ ନିଜର ଅନୁଭୂତି ବଖାଣିଛନ୍ତି । ଉଭୟ ନିଜର ଜନ୍ମଦିନ ସମୟରେ ମଧ୍ୟ ଏକାଠି ନଜର ଆସନ୍ତି ।