spot_img

Latest Posts

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଯାଜପୁର, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ନନ୍ଦିଘୋଷ ବ୍ୟୁରୋଆଉ ଦିନକ ପରେ ଗଣେଶ ପୂଜା। ଧରାପୃଷ୍ଠକୁ ଅବତରଣ କରିବେ ଅଗ୍ରପୂଜ୍ୟ ଗଜାନନ। ଏଥିପାଇଁ ଚାରିଆଡ଼େ ଉତ୍ସବର ମାହୋଲ। ଚିକମିକ ଆଲୋକରେ ଝଲସିବ ରାସ୍ତାଘାଟ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି। ଯାଜପୁରରେ ଗଣେଶ ମୂର୍ତ୍ତି ନିର୍ମାଣ ଜୋରଦାର ଚାଲିଥିବା ବେଳେ ଦିନରାତି ଏକ କରି ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କାରିଗରଙ୍କ ଆଙ୍ଗୁଠିର ପ୍ରତିଟି ସ୍ପର୍ଶରେ ମାଟି ପାଉଛି ଜୀବନ୍ୟାସ। ବିଭିନ୍ନ ଡିଜାଇନର ମୂର୍ତ୍ତି ନେବା ପାଇଁ ପୂଜା କମିଟିଗୁଡ଼ିକ ମଧ୍ୟରେ ଲାଗିଛି ପ୍ରତିଯୋଗିତା। ମୂର୍ତ୍ତି ନେବା ପାଇଁ କାରିଗରଙ୍କ ନିକଟରେ ଜମୁଛି ଗ୍ରାହକଙ୍କ ଭିଡ଼।

ସେପଟେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବଡ଼ମ୍ବା-ନରସିଂହପୁର ଅଞ୍ଚଳ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି। କିଏ ମଣ୍ଡପ ସଜାଇବାରେ ବ୍ୟସ୍ତ ତ ଆଉ କିଏ ତୋରଣ ନିର୍ମାଣରେ ଲାଗିପଡ଼ିଛନ୍ତି। ପୂଜା ପାଇଁ କାରିଗରଙ୍କୁ ନାହିଁ ଫୁରସତ। ଗଣେଶ ପୂଜାକୁ ନେଇ ପୁରପଲ୍ଲୀରେ ଏବେଠୁ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଅଗ୍ରପୂଜ୍ୟ ଗଜାନନଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ସମସ୍ତେ।

Latest Posts

Don't Miss