ବିବାହର ପ୍ରତିଶୃତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ, ଏବେ ଧରାଛୁଆଁ ଦେଉନି ଯୁବକ

1 min read

କନ୍ଧମାଳ: ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରିରୀକ ସମ୍ପର୍କ । ପରେ ଯୁବକ ଜଣକ ବିବାହରୁ ମୁହଁ ଫେରାଉଥିବା ଅଭିଯୋଗ । ନ୍ୟାୟ ପାଇଁ କନ୍ଧମାଳ ଏସପିଙ୍କ ଦ୍ବରସ୍ଥ ହେଲେ ପୀଡିତା ଓ ପରିବାର ଲୋକେ l ଖଜୁରୀ ପଡ଼ା ଥାନା ଅଞ୍ଚଳରେ ରହୁଥିବା ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ସୁମନ୍ତ ବେହେରା ନାମକ ଜଣେ ଯୁବକ ଫୋନ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିଲେ ।

ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ତେବେ ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଏବେ ଧରାଛୁଆଁ ଦେଉନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏନେଇ ପୀଡିତାଙ୍କ ଭାଇ ଫୁଲବାଣୀ ଟାଉନ୍ ଥାନା ଗତ 27 ତାରିଖରେ ଏକ ଦୁଷ୍କର୍ମ ମାମଲ ରୁଜୁ କରିଥିଲେ l ଏହି ମାମଲା ରୁଜୁ ପରେ ଫୋନ୍ ଯୋଗେ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ପରିବାର ଲୋକ ।