ଦେଶର ନୂଆ ମୁଖ୍ୟ ସୂଚନା କମିଶନର ହେବେ ୟଶବର୍ଦ୍ଧନ କୁମାର ସିହ୍ନା

yashvardhan-kumar-sinha

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ସୂଚନା କମିଶନର ହେବେ ୟଶବର୍ଦ୍ଧନ କୁମାର ସିହ୍ନା । ସେ ଜଣେ ଭାରତୀୟ ବିଦେଶ ସେବାର ଅବସରପ୍ରାପ୍ତ ଅଧିକାରୀ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ସାମ୍ବାଦିକ ଉଦୟ ମାହୁରକରଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି ଦେବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି  । ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା କୁହାଯାଉଛି ।

ଖୁବଶୀଘ୍ର ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯିବ । ୟଶବର୍ଦ୍ଧନ କୁମାର ସିହ୍ନା ପୂର୍ବରୁ ବ୍ରିଟେନ ଓ ଶ୍ରୀଲଙ୍କାରେ ଭାରତ ପାଇଁ ହାଇକମିଶନର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ସୂଚନା କମିଶନର ମୁଖ୍ୟ ଭାବେ ସେ ୨୦୨୩ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।

yashvardhan-kumar-sinha

ସେପଟେ ଏଭଳି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଭାରତ ସରକାରଙ୍କ ଅଧିନରେ କାମ କରିବାକୁ ନେଇ କୌଣସି ପ୍ରକାର ଅଭିଜ୍ଞତା ନଥିବା ବେଳେ କେଉଁ ଆଧାରରେ ୟଶବର୍ଦ୍ଧନଙ୍କୁ ନିଯୁକ୍ତି ଦିଆଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ଆବେଦନ ନକରି ସାମ୍ବାଦିକ ଉଦୟ ମାହୁରକରଙ୍କୁ ନିଯୁକ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚା କରାଯାଇଛି ।

udaya Mahurkar

ବରିଷ୍ଠ ସାମ୍ବାଦିକ ଉଦୟ ମହୁରକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ମଡେଲ ଉପରେ ଏକ ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକକୁ ସେ ନିଜେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପ୍ରଦାନ କରିଥିଲେ । ତେବେ ଉଦୟ ମହୁରକରଙ୍କୁ ନେଇ ବିବାଦ ଉଠିବାର କାରଣ ହେଉଛି, ଯେଉଁ ପଦବୀ ପାଇଁ ତାଙ୍କୁ ଚୟନ କରାଯାଇଛି, ସେହି ପଦବୀ ପାଇଁ ଆବେଦନ କରିଥିବା ୩୫୫ ଜଣ ଆବେଦନକାରୀଙ୍କ ମଧ୍ୟରେ ସେ ନଥିଲେ । ହେଲେ ତାଲିକା ଚୂଡ଼ାନ୍ତ ବେଳେ ତାଙ୍କ ନାଁକୁ ସ୍ଥାନିତ କରାଯାଇଛି ।

udaya Mahurkar

Leave a Reply