ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ବାତ୍ୟା ‘ୟାସ୍’

ଭୁବନେଶ୍ୱର: ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ବାତ୍ୟା ୟାସ୍ । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ୟଶ । ଆଜି ରାତିରେ ସିଭିୟର ସାଇକ୍ଲୋନର ରୂପ ନେବା ସହ କାଲି ଭେରି ସିଭିୟର ଷ୍ଟର୍ମରେ ପରିଣତ ହେବ ବାତ୍ୟା ୟାସ । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତାଜା ସୂଚନା ଅନୁସାରେ ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ।

26 ତାରିଖ 11ଟାରୁ 2ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ୟଶ୍ । ପ୍ରଭାବରେ ପବନର ବେଗ ବଢିବା ସହ ୧୫୫ରୁ ୧୬୫ ମଧ୍ୟରେ ରହିବ । ପବନର ବେଗ ବଢି ୧୮୫ ଛୁଇଁବ ବୋଲି ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ 4 ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଅଧିକ ପ୍ରଭାବିତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଟେଲିଫୋନ, ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି ।

ପଶ୍ଚିମବଙ୍ଗ ମେଦିନପୁରରେ ଉଚ୍ଚ ଜୁଆାର ଆସିବାର ସମ୍ଭାବନା ରହିଛି । ଉପକୂଳ ନିକଟସ୍ଥ ଖାଲୁଆ ଅଞ୍ଚଳକୁ ସତର୍କ ରହିବାକୁ କହିଲେ ଆଇଏମଡି ଡିଜି । ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ବହୁତ କ୍ଷତି ହେବ । ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ପୁରୀରେ ଭାରି ବର୍ଷା ହେବା ସହ ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ଭୟଙ୍କର ପବନ ସହ ବର୍ଷା ହୋଇପାରେ । ଭୁବନେଶ୍ବରଠାରୁ କଟକରେ ଅଧିକ ବର୍ଷା ହେବ ।

Leave a Reply