ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ପହଣ୍ଡିରେ ରଥକୁ ବିଜେ କଲେ ଚକ୍ରରାଜ ସୁଦର୍ଶନ

1 min read

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ । ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏହା ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଘଣ୍ଟ ଓ ଶଙ୍ଖ ଶବ୍ଦରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତମୟ ପରିବେଶ । ତେବେ ଶ୍ରୀ ସୁଦର୍ଶନଙ୍କ ସହ ବଡ଼ ଭାଇ ବଳଭଦ୍ର ଓ ମା’ ସୁଭଦ୍ରା ରଥ ଉପରେ ବିଜେ କରିସାରିଛନ୍ତି ।

ଅନ୍ୟପକ୍ଷରେ କରୋନା ମହାମାରୀ ପାଇଁ ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହୋଇଛନ୍ତି ଳକ୍ଷାଧିକ ଭକ୍ତ । ତେଣୁ ସେହି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ, ୧ ହଜାର ପୋଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।