ବିଶ୍ୱ ମହିଳା ଦିବସରେ ବରଗଡ଼ରୁ ଆସିଲା ବଡ଼ ଉଦାହରଣ, ଶବକୁ କାନ୍ଧେଇ ସତ୍କାର କଲେ ମହିଳା

ବରଗଡ଼: ବିଶ୍ୱ ମହିଳା ଦିବସ ଅବସରରେ ସମାଜକୁ ବଡ଼ ଉଦାହରଣ ଦେଇଛନ୍ତି ବରଗଡ଼ର ମହିଳା । ଜଣେ ବ୍ୟକ୍ତିଙ୍କ ଶବକୁ କାନ୍ଧଦେବା ସହ ସତ୍କାର କରିଛନ୍ତି । ସାଧାରଣତଃ ଆମ ସମାଜରେ ମହିଳାମାନଙ୍କୁ ଶ୍ମଶାନ ଓ ଶବଦାହ ବାରଣ କରାଯାଇଥାଏ । ପ୍ରଚଳିତ ପ୍ରଥା ଓ ମାନସିକତାରୁ ଊର୍ଦ୍ଧ୍ୱକୁ ଉଠି ମହିଳା ଶବକୁ କାନ୍ଧ ଦେଇଛନ୍ତି ।ବରଗଡ଼ ଅମ୍ବାପାଲିର ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରରେ ସ୍ତ୍ରୀ ଏବଂ ଛୋଟପିଲାଙ୍କ ବ୍ୟତୀତ ଆଉ କେହିନଥିଲେ । ଶବ ସତ୍କାର କରିବାକୁ ଅକ୍ଷମ ପରିବାରକୁ ସହାୟତା କରିବାକୁ ଆଗେଇ ଆସିଥିଲେ ଗାଁର ମହିଳାମାନେ ।

ସାମାଜିକ ପ୍ରଥାକୁ ଖାତିର ନକରି ଶବକୁ କାନ୍ଧରେ ଶ୍ମଶାନକୁ ନେଇ ଶେଷକୃତ୍ୟ କରିଛନ୍ତି । ମୃତବ୍ୟକ୍ତିଙ୍କ ବଡ଼ଝିଅ ମୁଖାଗ୍ନି ଦେଇଥିଲେ । ମହିଳାମାନଙ୍କ ନିଆରା ସେବାକୁ ବିଭିନ୍ନ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି ।

Leave a Reply