ମରାମରି ହୋଇ ଡ୍ରେନରେ ପଡିଲେ ଦୁଇ ଯା’

ରାଜସ୍ଥାନ: ରାସ୍ତା ମଝିରେ  ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଟଣା ଆଉ ଗୋଇଟା ବିଧା ମରାମରି । ଏପରି ଦୃଖ୍ୟ ଦେଖି ଜମାହୋଇ ଯାଇଥିଲେ ଆଖପାଖ ଲୋକ ।  ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଜସ୍ଥାନ ଜିଲ୍ଲାର ଆଜମେର ସ୍ଥିତ ଏକ ପେଟ୍ରୋଲପମ୍ପ ନିକଟରେ ।  ପେଟ୍ରୋଲ ପମ୍ପ ମାଲିକଙ୍କ ପରିବାରର ଦୁଇମହିଳାଙ୍କ ମଧ୍ୟରେ ଅଚାନକ ଆରମ୍ଭ ହୋଇଯାଇଥିଲା ଘମାଘୋଟ ଲଢେଇ  । ଦୁଇ ମହିଳା ମଧ୍ୟରେ ଚୁଟି ଟଣାଟଣି ଠାରୁ ଆରମ୍ଭ କରି ଜାବଡା ଓ ଗୋଇଠା ବିଧା ମରାମରି ମଧ୍ୟ ଜାରି ରହିଥିଲା  । ଏପରି ମରାମରି ହେଉହେଉ ନାଳରେ ପଡି ଯାଇଥିଲେ ଦୁହେଁ, ହେଲେବି କେହି ବି ଛଡାଛଡି ହେବାର ନାଁ ନେଉନଥିଲେ । ସେମାନଙ୍କ ମାରପିଟ୍ ଭିତରେ ଦୁଇ ପକ୍ଷର ପୁରୁଷ ମାନେ ମଧ୍ୟ ଲଢେଲ କରିବାକୁ ଡେଇଁ ପଡିଥିଲେ ।

ରାଜସ୍ଥାନର ଆଜମେର ସ୍ଥିତ ବ୍ୟାବର ପେଟ୍ରୋଲପମ୍ପ ନିକଟରେ ଜମି ବିବାଦକୁ ନେଇ ଗୋଟିଏ ପରିବାରର ଦୁଇ ପକ୍ଷ ମଧ୍ୟରେ ଆଖିବୁଜା ମରାମରି । ଏହି ଲଢେଇ ଭିତରେ ଦୁଇ ପକ୍ଷର ମହିଳାଙ୍କ ମଧ୍ୟରେ ଲାଗିଥିଲା ଘମାଘୋଟ ଲଢେଇ । ମରାମରି ହେଉହେଉ ପେଟ୍ରୋଲ ପମ୍ପ ନିକଟ ଏକ ଡ୍ରେନରେ ଗଳିପଡିଥିଲେ । ନାଳରେ ପଡି ମଧ୍ୟ କାଦୁଅ ଭିତରେ ଜାରି ରହିଲା ସେମାନଙ୍କ ଲଢେଇ । ସୂଚନା ପାଇ ଘଟଣାସ୍ଥଳରେ ସିଟି ଥାନା ପୋଲିସ ପହଞ୍ଚି ପରିବେଶକୁ ଶାନ୍ତ କରିଥିଲେ ଓ ସମସ୍ତଙ୍କୁ ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ ।

ଘଟଣାକୁ ନେଇ ଥାନା ଅଧିକାରୀ ସୁରେନ୍ଦ୍ର ସିଂହ କହିଛନ୍ତି ଯେ, ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପରିବାର ମଧ୍ୟରେ ସମ୍ପତ୍ତି ଓ ଜମିଜମାକୁ ନେଇ ବିବାଦ ଚାଲିଆସିଥିଲା, ସେହି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ  ଲାଗିଯାଇଥିଲା ସଂଘର୍ଷ । ଏହି ଝଗଡ଼ା ଯୋଗୁଁ ସମସ୍ତେ ଆହତ ହୋଇଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛି ସିଟି ପୋଲିସ ।