ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବ୍‌ ଗଲା ମହିଳାଙ୍କ ନରକଙ୍କାଳ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରୁ ମହିଳାଙ୍କ ନରକଙ୍କାଳ ମିଳିବା ଘଟଣା । ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବ‌ ଗଲା କଙ୍କାଳର କିଛି ଅଂଶ । ଦାନ୍ତ, ହାଡ଼, ଚୁଟି ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଗତକାଲି ଖପୁରୀ ଓ କଙ୍କାଳର ସ୍କେଚ୍‌ ଓ ମ୍ୟାପିଙ୍ଗ୍‌ ପାଇଁ ନରକଙ୍କାଳକୁ ହାଇଦ୍ରାବାଦ ପଠାଯାଇଛି । ପୂର୍ବରୁ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମହିଳାଙ୍କ ଶରୀରରେ କୌଣସି ଶକ୍ତ ଆଘାତ ଲାଗି ନାହିଁ । ମୃତ୍ୟୁ ପୂର୍ବରୁ ମହିଳା ଯକ୍ଷ୍ମା ଭଳି ରୋଗରେ ପୀଡ଼ିତ ଥିଲେ । ସେପଟେ ଜବତ କାର୍‌ରୁ ମିଳିଛି ଏକ ହାତ ଲେଖା ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ହେଡର ରହିଛି ଲାଇଫ୍ ଲାଇନ୍ । ଏଥିରେ ଜଣଙ୍କ ପ୍ରେମ ଭାବନା ବ୍ୟକ୍ତ କରାଯାଇଛି । ତେବେ ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ । ମହିଳା ଥାନା ଇନିସପେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

Leave a Reply