ଜନ୍ମଦିନ ପାର୍ଟିରୁ ଫେରୁଥିବାବେଳେ ଚଳନ୍ତା ଗାଡ଼ିରେ ଦୁଷ୍କର୍ମର ଶିକାର ହେଲେ ଯୁବତୀ

ଲୁଧିଆନା: କରୋନା କାଳରେ ଯୋଡ଼ି ହେବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ଦୁଷ୍କର୍ମର କଳା ଧର୍ଦ୍ଦ । ଦୁଷ୍କର୍ମର ଲଜ୍ଜିତ କାହଣୀ କମିବାର ନା ହିଁ ଧରୁନାହିଁ । ହାଥରସର ଘଟଣା ମନରୁ ନଲିଭୁଣୁ ଦେଶରେ ଆଉ ଏକ ଘଟଣା ମନରେ ନିଆଁ ଲଗାଇଛି । ପଞ୍ଜାବରୁ ଏକ ଲଜ୍ଜାଜନକ ଘଟଣା ପୁଣି ସାମ୍ନାକୁ ଆସିଛି । ଜଣେ ସାଙ୍ଗଙ୍କ ଜନ୍ମଦିନ ସେଲିବ୍ରେଟ୍ କରିବା ପରେ ଯୁବତୀଙ୍କ ସହ ଘଟିଥିଲା ଦୁଷ୍କର୍ମ ଘଟଣା । ଯୁବତୀ ଜଣକଙ୍କୁ ଜବରଦସ୍ତ ଗାଡ଼ିରେ ବସାଇ ଚଳନ୍ତା କାରରେ ଦୁଷ୍କର୍ମ କରିଥିଲେ । ଏଭଳି ଏକ ଘଟଣା ପଞ୍ଜାବର ଲୁଧିଆନା ସହରରେ ଘଟିଛି ।

ପୀଡ଼ିତା ତାଙ୍କ ଅଭିଯୋଗରେ ପୋଲିସକୁ କହିଛନ୍ତି ଯେ, ଉଭୟ ଅଭିଯୁକ୍ତ ମାନେ ଏକ ଘରୋଇ ହୋଟେଲରେ କାମ କରନ୍ତି । ଯୁବତୀ ଜଣକ ତାଙ୍କ ସାଙ୍ଗ ଜନ୍ମଦିନ ପାର୍ଟୀ ପାଳନ କରିବାକୁ ଯାଇଥିଲେ । ଘଟଣା ଦିନ ସେମାନେ ଜନ୍ମଦିନ ପାଳନ କରିବା ପରେ ଲୁଧିଆନାର ସାରଳା ନଗରକୁ ଫେରିଥାନ୍ତେ । ତେବେ ଘରକୁ ଫେରିବା ବଦଳରେ ଯୁବତୀଙ୍କୁ ଅଭିଯୁକ୍ତମାନେ ସେମାନଙ୍କ ଗାଡ଼ିରେ ଜବରଦସ୍ତି ବସାଇ ନେଇଯାଇଥିଲେ । ଏହା ପରେ ଜଣେ ଅଭିଯୁକ୍ତ ଗାଡ଼ି ଚଳାଇବା ଜାରି ରଖିଥିଲେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଚଳନ୍ତା କାରରେ ଘଟିଥିଲା ପୁରା କଳା କାହାଣୀ । ଦୁଷ୍କର୍ମ ପରେ ମହିଳାଙ୍କୁ କାରରୁ ଓହ୍ଲାଇ ପଳାଇଥିଲେ ।

ଦାୟିତ୍ୱରେ ଥିବା ସରାଭା ନଗର ପୋଲିସ କହିଛି ଯେ, ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ କାରକୁ ମଧ୍ୟ ପୋଲିସ ଜବତ କରିଛି । ପୋଲିସ ବର୍ତ୍ତମାନ ଆଇନଗତ ପ୍ରକ୍ରିୟା ଶେଷ କରିବାରେ ବ୍ୟସ୍ତ ଅଛି ।

Leave a Reply