ମୃତ୍ୟୁର ତିନି ଘଣ୍ଟା ପରେ ଜୀବିତ ହୋଇ ଉଠିଲେ ମହିଳା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରୁ ଏକ ଆଶ୍ଚମ୍ବିତ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ନିଜର ଅନ୍ତିମ ସଂସ୍କାର ପୂର୍ବରୁ ଜୀବିତ ହୋଇ ଉଠିଛନ୍ତି । ଅଧିକାରୀ କହିଛନ୍ତି, ନ୍ୟୁୟର୍କର ଏକ ହସ୍ପିଟାଲ ମହିଳାଙ୍କୁ ମୃତ ଘୋଷିତ କରିଥିଲା । ଏହାର ତିନି ଘଣ୍ଟା ପରେ ୮୨ ବର୍ଷୀୟା ମହିଳା ଶ୍ମଶାନ ଗୃହରେ ଜୀବିତ ମିଳିଥିଲେ । ସଫୋକ କାଉଣ୍ଟି ପୋଲିସ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଶନିବାର ସକାଳ ୧୧ ଟା ୧୫ ମିନିଟରେ ଲଗ୍ନ ଆଇଲାଣ୍ଡ (ନ୍ୟୁୟର୍କ)ର ପୋର୍ଟ ଜେଫରସନରେ ଏଜ ରିହାବ ଆଣ୍ଡ ନର୍ସିଂ ସେଣ୍ଟରରେ ମହିଳାଙ୍କୁ ମୃତ ଘୋଷିତ କରାଯାଇଥିଲା ।

ବୟାନରେ ମହିଳାଙ୍କ ନାଁ ଉଲ୍ଲେଖ କରାଯାଇନାହିଁ । ଅଧିକାରୀ କହିଛନ୍ତି ଯେ, ମହିଳାଙ୍କୁ ମଧ୍ୟାହ୍ନ ୧ଟା ୩୦ ମିନିଟରେ ମିଲର ପ୍ଲେସର ଓବି ଡେଭିସ ଅନ୍ତିମ ସଂସ୍କାର ଗୃହକୁ ନିଆଯାଇଥିଲା । ଅପରାହ୍ନ ୨ ଟା ୯ ସମୟରେ ଜଣାପଡ଼ିଥିଲା ଯେ ମହିଳାଜଣଙ୍କର ନିଶ୍ୱାସ ଚାଲିଛି । ବୟାନରେ କୁହାଯାଇଛି ଯେ, ମାମଲାର ଯାଞ୍ଚ ପାଇଁ ସରକାରୀ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ଏହା ଦ୍ୱିତୀୟଥର ଅଟେ ଯେ ମୃତ୍ୟୁର ମହତ୍ତ୍ୱପୂର୍ଣ୍ଣ ଘୋଷଣା ମାମଲା ଆମେରିକୀୟ ମିଡିଆରେ ହେଡଲାଇନରେ ରହିଛି ।

ଜାନୁଆରୀରେ, ଜଣେ ୬୬ ବର୍ଷୀୟା ମହିଳାଙ୍କୁ ଆୟୋବାର ଏକ ହସ୍ପିଟାଲରେ ମୃତଘୋଷଣା କରାଯାଇଥିଲା । ପରେ ଉକ୍ତ ମହିଳା ଏକ ଶବଦାହ ଗୃହରେ ଏକ ବ୍ୟାଗ ଭିତରେ ଜୀବିତ ଏବଂ ଧଇଁସଇଁ ହେବା ଅବସ୍ଥାରେ ମିଳିଥିଲେ । ଆୟୋବା ଡିପାର୍ଟମେଣ୍ଟ ଅଫ୍ ଇନସ୍ପେକ୍ସନ ଆଣ୍ଡ ଅପିଲ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମହିଳାଙ୍କୁ ପୁଣିଥରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ୫ ଜାନୁଆରୀରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ରିପୋର୍ଟ ମୁତାବକ ମେଡିକାଲର ଦାୟିତ୍ୱହୀନତା ପାଇଁ ୧୦ ହଜାର ଡଲାରର ଜରିମାନା ଲଗାଯାଇଥିଲା ।