୮ ବର୍ଷ ହେଲା ଜଙ୍ଗଲରେ ରହୁଛନ୍ତି ୬୦ ବର୍ଷିଅ ବୃଦ୍ଧା, ସାଜିଛନ୍ତି ମାଙ୍କଡ଼ଙ୍କ ମାଆ

1 min read
Woman Feeding Monkeys Since 8 Years Like Mother Inspirational Story

ଲକ୍ଷ୍ନୌ: ମଣିଷ-ପଶୁ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ଆଉ ମାଙ୍କଡ଼ଙ୍କୁ ତ ମଣିଷର ପୂର୍ବଜ କୁହାଯାଏ । ଅନେକ ସୌଖିନରେ ଘରେ ମାଙ୍କଡ଼ ବି ପାଳିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଜଣାଇବାକୁ ଯାଉଥିବା ଘଟଣା ଟିକେ ଭିନ୍ନ । ଏଠି ପଶୁ ପ୍ରେମୀ ମହିଳା ଜଣଙ୍କ ଘରେ ମାଙ୍କଡ଼ ରଖି ନାହାନ୍ତି । ବରଂ ମାଙ୍କଡ଼କୁ ଭଲ ପାଇ ନିଜ ଘର ଛାଡ଼ି ଆସି ଜଙ୍ଗଲରେ ରହୁଛନ୍ତି ।

Woman Feeding Monkeys Since 8 Years Like Mother Inspirational Story

ୟୁପି କଟରାର ୬୦ ବର୍ଷିଅ ବୃଦ୍ଧା ରାନୀ ଓରଫ୍ କୁଶମାଙ୍କ ଆତ୍ମବିଶ୍ୱାସ ଦେଖିଲେ ଆପଣ ବି ଚକିତ ହୋଇଯିବେ । ଦୀର୍ଘ ୮ ବର୍ଷ ହେଲା ଜଙ୍ଗଲରେ କୁଡ଼ିଆ କରି ରହୁଛନ୍ତି ରାନୀ । ନଦୀ ନିକଟରେ ଥିବା ମନ୍ଦିର ନିକଟରେ ରାନୀଙ୍କ କୁଡ଼ିଆ । ଆଉ ପରିବାର କହିଲେ ଜଙ୍ଗଲରେ ରହୁଥିବା ମାଙ୍କଡ଼ । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ରାନୀ ସାଜିଛନ୍ତି ଉଦାହରଣ ।

ସୂର୍ଯ୍ୟଙ୍କ ତାପରେ ତାତୁଛି ଧରା, ଶୁଖୁଛି ନଦୀ । ଆଉ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ଜଙ୍ଗଲରେ ପାଣି ଅଭାବରୁ ଜଙ୍ଗଲୀ ଜୀବ ବିପଦରେ । ପ୍ରବଳ ଖରାରେ ଜଙ୍ଗଲୀ ଜୀବଙ୍କ ମାଆ ସାଜିଛନ୍ତି ୬୦ ବର୍ଷର ବୃଦ୍ଧା । ଟ୍ୱିୱେଲ୍ ମାରି ମାଙ୍କଡ଼ମାନଙ୍କୁ ରାନୀ ପାଣି ପିଆଉଛନ୍ତି । ରାନୀ ମାଙ୍କଡ଼ଙ୍କ ନାଁ ପପ୍ପୁ, ମୁନ୍ନୁ, କାଳୁ ଦେଇଥିବା ବେଳେ ସେମାନେ ଡାକ ଶୁଣିଲେ ଧାଇଁ ଆସୁଛନ୍ତି । ପୁଣି ପାଣି ପିଇ ଜଙ୍ଗଲକୁ ଯାଉଛନ୍ତି ।

Woman Feeding Monkeys Since 8 Years Like Mother Inspirational Story

ଏଭଳି ଭାବେ ଦୀର୍ଘ ୮ ବର୍ଷ ହେଲାଣି ମାଙ୍କଡ଼ଙ୍କ ମାଆ ସାଜି ସେବା କରି ଚାଲିଛନ୍ତି ରାନୀ । ଆଉ ରାନୀ କୁହନ୍ତି ଏଭଳି ସେବା ସେ ବଞ୍ଚିଥିଲା ଯାଏ କରିବେ । ରାନୀଙ୍କ ମାଙ୍କଡ଼ ସେବା ଦେଖି ଲୋକେ ତାଙ୍କୁ ବି ସାହାଯ୍ୟର ହାତ ବଢ଼ାଇଛନ୍ତି । ରାନୀଙ୍କର ୪ ପୁଅଙ୍କ ମଧ୍ୟରୁ ୩ ପୁଅ ଅଛନ୍ତି । ତଥାପି ସେ ପରିବାର ଠାରୁ ଅଲଗା ହୋଇ ଜଙ୍ଗଲରେ ରହୁଛନ୍ତି । ଆଉ ସବୁଠୁ ବଡ଼ କଥା ହେଲା ଯଦି କେହି ରାନୀଙ୍କୁ ଆକ୍ରମଣ କରେ ଅବା ସେଭଳି ସ୍ୱଭାବ ଦେଖାଏ ତ ମାଙ୍କଡ଼ ସେମାନଙ୍କ ଉପରେ ଆକ୍ରମଣ କରି ଦିଅନ୍ତି ।