ଘରେ ପଶିବାରୁ କୁକୁରକୁ ଜୀବନ୍ତ ଜାଳିଦେଲେ ମହିଳା, ପ୍ରଶ୍ନ କରିବାରୁ ଦେଖାଉଛନ୍ତି ନାଲି ଆଖି

Woman Burn Dog Alive In Bhubaneswar

ଭୁବନେଶ୍ୱର: ମଣିଷର ସବୁଠୁ ବିଶ୍ୱସ୍ତ ପଶୁ କହିଲେ କୁକୁରକୁ ବୁଝାଏ । ଅନେକ ସମୟରେ କୁକୁର ମଣିଷ ପାଇଁ ନିଜ ଜୀବନକୁ ବାଜି ଲଗାଇବାର ନଜିର୍ ବି ରହିଛି । ହେଲେ ଶ୍ୱାନ ଆଗରେ ମରୁଛି ମାନବିକତା । ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀରେ କୁକୁରକୁ ହତ୍ୟା ଭଳି ଦୁଇ ଦୁଇଟି ମାମଲା ଆସିଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ପୁରୁଣା ଷ୍ଟେସନ ଅଞ୍ଚଳରେ ଏକ କୁକୁରକୁ ଜିଅନ୍ତା ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି ।

Woman Burn Dog Alive In Bhubaneswar

ପୁରୁଣା ଷ୍ଟେସନ ଅଞ୍ଚଳର ପଟ୍ଟନାୟକ ପେଟ୍ରୋଲ ପମ୍ପ ସାମ୍ନାରେ ଏହି ଘଟଣା ଘଟିଛି । ଅର୍ଚ୍ଚନା ମିଶ୍ର ନାମକ ମହିଳା ଜଣଙ୍କ ଏକ କୁକୁରକୁ ମାଡ଼ ମାରି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ କୁକୁରକୁ ମାଡ଼ ମାରିବା ଓ ନିଆଁ ଲଗାଇବା ଭିଡିଓ ରେକର୍ଡ କରିଛନ୍ତି ସ୍ଥାନୀୟ ଲୋକ । ଖବର ପାଇ ସେବା ହିଁ ସଂକଳ୍ପ ସଂସ୍ଥାର ସଦସ୍ୟ ପହଞ୍ଚି କୁକୁରର ମୃତଦେହ ଉଦ୍ଧାର କରିବା ସହ ମହିଳାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତେଲା ଦେଇଛି ।

Woman Burn Dog Alive In Bhubaneswar

ଗତ ବୁଧବାର ମଧ୍ୟ ରାଜଧାନୀରେ ବୁଲା କୁକୁରଙ୍କ ଉପରେ ଆକ୍ରମଣ ହୋଇଥିଲା । ଖଣ୍ଡଗିରି ଥାନା ଜାଗମରା ଥାନା ଅଞ୍ଚଳରେ ୨ଟି କୁକୁରକୁ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଆଉ ଏକ କୁକୁର ଗୁରୁତର ହୋଇ ପଡ଼ିଥିଲା । ତାର ଚିକିତ୍ସା କରାଯାଉଛି । କୁକୁର କୁକୁଡ଼ା ମାରିଦେବାରୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଏନେଇ ଖଣ୍ଡଗିରି ଥାନାରେ ସ୍ପିକ ଫର ଆନିମଲ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି ।

Leave a Reply