ଫୁଲ ଗଛ ପାଇଁ ବୃଦ୍ଧଙ୍କୁ ହାଣିଲେ ମହିଳା…!

ବାଣପୁର: ଫୁଲ ଗଛ ପାଇଁ ବୃଦ୍ଧଙ୍କୁ ହାଣିଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଚାନ୍ଦପୁର ଥାନା ମୟୁରଝାଲିଆ ଗାଁରୁ । ଜଣେ ମହିଳା ନିଜ ବାଡ଼ିରେ ଫୁଲ ଗଛ ଲଗାଇଥିଲେ । ଆଉ ସେହି ଫୁଲ ଗଛକୁ ପଡ଼ୋଶୀ ବଂଶୀଧର ପ୍ରଧାନଙ୍କ ଗାଇ ବୁଲୁଥିବା ବେଳେ ଖାଇ ଦେଇଥିଲା । ଫଳରେ ମହିଳା ଜଣକ ଉତ୍‌କ୍ଷିପ୍ତ ହୋଇ ପଡ଼ୋଶୀ ବୃଦ୍ଧଙ୍କ ସହ ଯୁକ୍ତି ତର୍କ କରିଥିଲେ । ଯୁକ୍ତି ତର୍କ ମଧ୍ୟରେ ପରିସ୍ଥିତି ଏଭଳି ଉପୁଜିଥିଲା ଯେ, ମହିଳା ଜଣଙ୍କ ଏକ ଧାରୁଆ ଅସ୍ତ୍ର ଆଣି ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ଫଳରେ ବୃଦ୍ଧଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ସ୍ଥାନୀୟ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଶନିବାର ରାତିରେ ଏଭଳି ଘଟଣା ସାମ୍ନାକୁ ଆସିଛି । ପରେ ବଂଶୀଧର ପ୍ରଧାନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply