ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ: ପହିଲି ଶୀତର ମଜା ନେଉଛନ୍ତି ଲୋକେ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ତାପମାତ୍ରା କମିବା ସହିତ ଅନୁଭୂତ ହେଲାଣି ଶୀତ । ଉପାନ୍ତରୁ ଉପକୂଳ ସବୁଠି ଆକାଶ ମେଘୁଆ ରହିବା ସହିତ ଉତ୍ତରା ପବନ ବହୁଛି । ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ପବନ ବହୁଥିବାରୁ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହେଲାଣି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ମଧ୍ୟ କମୁଛି । ବିଭିନ୍ନ ଅଞ୍ଚଳରେ ପହିଲି ଶୀତର ମଜା ନେଉଛନ୍ତି ଲୋକେ । ଚା’ ଦୋକାନରେ ଭିଡ଼ ଜମିବା ସହିତ ପଡିଆରେ ବ୍ୟାୟାମ ପାଇଁ ଗହଳି ଜମୁଛି । ସେପଟେ ପଶ୍ଚିମ ବଙ୍ଗେପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମରେ କେତେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଓ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁରରେ ପାଗ ମେଘୁଆ ରହିବା ସହିତ ସ୍ଥାନେସ୍ଥାନେ ବର୍ଷା ହେବ ।

Leave a Reply