ବାହା ହୋଇଗଲେ କି ଉର୍ଫି? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ!

ମୁମ୍ବାଇ: ଜଣାଶୁଣା ଫ୍ୟାସନ ଡିଜାଇନର ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଡ୍ରେସ ହେଉ ବା ବିବଦୀୟ ବୟାନ । ସବୁବେଳେ ଗଣମାଧ୍ୟମରେ ଖବରର ସେ ପାଲଟିଥାନ୍ତି ଶିରୋନାମା । ତେବେ ଏଥରକ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି କି, ଗୁପ୍ତରେ ଉର୍ଫି ବିବାହ କରିଛନ୍ତି । ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବୈଦିକ ରୀତି ନୀତି ତଥା ହିନ୍ଦୁ ଧର୍ମରେ ଯେଭଳି ବିବାହ ଅନୁଷ୍ଠିତ ହୋଇଥାଏ ସେଭଳି ଉର୍ଫିଙ୍କ ବିବାହ ହୋଇଛି । ମନ୍ଦିର ପରିସରର ଏହି ଫଟୋ ହୋଇଥିବାବେଳେ ସେ ଦୁପଟା ପିନ୍ଧି ବସିଥିବା ଫଟୋରେ ଦେଖିବାକୁ ମିଳିଛି ।

ପୂଜା ସମୟରେ ତାଙ୍କ ପାଖରେ ଜଣେ ଯୁବକ ବସିଥିବାବେଳେ ପୂଜକ ମଧ୍ୟ ନଜର ଆସିଛନ୍ତି । ମୁଣ୍ଡରେ ଓଢ଼ଣୀ ଦେବା ସହ ପୂଜା ପାଠ ଚାଲିଥିବା ଭଳି ଦେଖାଯାଉଛି । ତେବେ ଉର୍ଫିଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଛନ୍ତି । ବହୁ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ଜଣାଉଥିବାବେଳେ ବୈବାହିକ ଜୀବନ ସୁଖମୟ ହେଉ ବୋଲି ମଙ୍ଗଳକାମନା କରୁଛନ୍ତି । କିନ୍ତୁ ସେପଟେ ଏହାକୁ ନେଇ ଉର୍ଫି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କିମ୍ବା ତାଙ୍କର କୌଣସି ଅଫିସିଆଲ ପେଜରେ ମଧ୍ୟ ପୋଷ୍ଟ ହୋଇନାହିଁ । ତେବେ ଏକଥାରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ଏହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।