ଲକଡାଉନ୍ : ମଦ ଦୋକାନ କେଉଁଠି ଖୋଲିବ,କଣ ଏହାକୁ ନେଇ ନିୟମ,ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

1 min read

ନୂଆଦିଲ୍ଲୀ:   ଲକଡାଉନ ୩.୦ରେ ଯଦି କୌଣସି ପ୍ରଶ୍ନର ଅଧିକ ଉତ୍ତର ଖୋଜାଯାଉଛି ତେବେ ତାହା ହେଉଛି ମଦ । ସୋସିଆଲ ମିଡିଆରେ ଲୋକେ ପରସ୍ପରକୁ ପଚାରୁଛନ୍ତି ଯେ, ୪ ମେ’ ପରେ ତାଙ୍କ ଅଂଚଳରେ ମଦ ମିଳିବ କି ନାହିଁ । ଲକଡାଉନ୍ ଭିତରେ ମଦ ମିଳିବ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଥିବା କନଫ୍ୟୁଜନ ଦୁର କରିବା ଏହା ଖବରର ଲକ୍ଷ୍ୟ ।

ମଦ ବିକ୍ରିକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟର ଆଦେଶ କଣ ? ରେଡ୍,ଅରେଞ୍ଜ  ଓ ଗ୍ରୀନ ଜୋନ୍ ,ଏହି ତିନି ଜୋନ୍ ଭିତରୁ କେଉଁ ଜୋନରେ ମଦ ମିଳିବ ? ମେ’ ୪ ତାରିଖରୁ କଣ ସମଗ୍ର ଦେଶରେ ମଦ ଉପଲବ୍ଧ ହେବ ? ଏହା ଏମିତି ପ୍ରଶ୍ନ ଯାହାକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ଚାଲିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏହି ଆଦେଶ କାରଣରୁ ମଦ ବିକ୍ରିକୁ ନେଇ ଏଭଳି ସବୁ ପ୍ରଶ୍ନ ଉଠୁଛି ।

ଗତକାଲି ଅର୍ଥାତ ମେ’ ଏ୧ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଆଦେଶ ସଂଖ୍ୟା ୪୦-୩/୨୦୨୦DM୧(A)ର ସଲଗ୍ନ ୧ରେ ସାର୍ବଜନିକ ସ୍ଥାନକୁ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଏହି ତାଲିକାର କ୍ରମାଙ୍କ ସଂଖ୍ୟା ୭ରେ କୁହାଯାଇଛି ଯେ, ସାର୍ବଜନିକ ସ୍ଥାନରେ ମଦ୍ୟପାନ ଓ ପାନ,ଗୁଟକା,ତମାଖୁ ଖାଇବା ପ୍ରତିବନ୍ଧିତ ।

ଏହାର ଠିକ୍ ନିମ୍ନରେ ଅର୍ଥାତ କ୍ରମାଙ୍କ ସଂଖ୍ୟା ୮ରେ କୁହାଯାଇଛି ଯେ, ସାମାଜିକ ଦୂରତା ସୁନିଶ୍ଚିତ କରିବା ମଦ ଦୋକାନ ଓ ପାନ ଦୋକାନୀଙ୍କ  ଦାୟିତ୍ୱ ହେବ । ସେମାନଙ୍କ ଦୋକାନ ଆଗରେ ଏକ ସମୟରେ ୫ରୁ ଅଧିକ ଗ୍ରାହକ ଛିଡା ହେବେ ନାହିଁ ଓ ଗ୍ରାହକଙ୍କ ମଧ୍ୟରେ ଦୂରତା ଅତିକମରେ ୬ ଫୁଟ ହେବ ।

ଏହିଠି ରହିଛି ସନ୍ଦେହର କାରଣ

ମଦ ଦୋକାନ କେଉଁ ଜୋନରେ ଖୋଲିବ ତାକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଏହିଠାରୁ ସୃଷ୍ଟି ହୋଇଛି । କାରଣ ନିର୍ଦ୍ଦେଶରେ  ମଦ ଦୋକାନ କେଉଁ ଜୋନରେ ଖୋଲିବ ତାକୁ ନେଇ ସ୍ପଷ୍ଟ କରାଯାଇନାହିଁ । ଅର୍ଥାତ ମଦ ଦୋକାନ କେବଳ ଗ୍ରୀନ ଜୋନରେ ଖୋଲିବ କି ସବୁ ଜୋନରେ ଖୋଲିବ ତାକୁ ନେଇ ନିର୍ଦ୍ଦେଶରେ କିଛି ମଧ୍ୟ କୁହାଯାଇ ନାହିଁ । ତେଣୁ କିଛି ଏହି ଆଦେଶର ନିଜ ହିସାବରେ ଅର୍ଥ ବାହାର କରୁଛନ୍ତି । ଯେହେତୁ କେଉଁ ଜୋନରେ ମଦ ଦୋକାନ ଖୋଲିବ ତାକୁ ନେଇ ସ୍ପଷ୍ଟ ଭାବେ ଆଦେଶରେ କିଛି ମଧ୍ୟ କୁହାଯାଇ ନାହିଁ, ତେଣୁ ସବୁ ଜୋନ୍- ଗ୍ରୀନ,ଅରେଞ୍ଜ ଓ ରେଡ୍ ଜୋନରେ ମଦ ଦୋକାନ ଖୋଲିବ ବୋଲି କୁହାଯାଉଛି । ଅବଶ୍ୟ ଆଦେଶରେ ଗୋଟିଏ କଥା ସ୍ପଷ୍ଟ କରାଯାଇଛି ଯେ,କଣ୍ଟେନମେଣ୍ଟ ଏରିଆରେ ମଦ ଦୋକାନ ବିଲକୁଲ ଖୋଲିବ ନାହିଁ ।

 

Leave a Reply