ବଡ଼ବଡ଼ୁଆ ହୋ… ଅନ୍ଧାରେ ଆସି ଆଲୁଏ ଯାଅ…

1 min read

ଧିମା ଧିମା ଶୀତର ଆଗମନ ସହ ଆସି ପହଞ୍ଚିଛି ଆଲୋକର ପର୍ବ ଦୀପାବଳି। ଦୀପର ଆଲୋକରେ ଚମକିବ ଗାଁ ଠୁ ସହର । ବଡ଼ବଡୁଆ ଡାକିବା ପାଇଁ ଗାଁ ଅଭିମୁଖେ ସହରିଆ  । ଏନେଇ ଘରେ ଘରେ ସବୁ ପ୍ରସ୍ତୁତି ମଧ୍ୟ ସରିଛି । ଖାଲି ସନ୍ଧ୍ୟା କୁ ଅପେକ୍ଷା । କେତେବେଳେ ସୂର୍ଯ୍ୟ ଅସ୍ତହେବେ ଆଉ ଦୀପରେ ଜଡା ତେଲ ଢାଳି ନିଆଁ ଲଗାଯିବ । ଏବେ ଖାଲି ଦୀପରେ ସିମିତ ନାହିଁ ଦୀପାବଳି  । ଦୀପର କିଛି ସ୍ଥାନକୁ ଆବୃତ୍ତ କରିଛି ରଙ୍ଗ ବେରଙ୍ଗର ଚିକ୍‌ମିକ୍‌ ଆଲୋକ ମାଳା ।  ଦୀପର ଆଲୋକରେ ଆମ ସମସ୍ତଙ୍କ ଭିତରେ ବିବେକର ଆଲୋକ ପ୍ରଜ୍ବଳିତ ହେବ  ।

କଥାରେ ଅଛି ଆଜି ଭଗବାନ ରାମଚନ୍ଦ୍ର ଅଯୋଧ୍ୟାରୁ ୧୪ ବର୍ଷ ବନବାସ କାଟି ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ପୁରୁଷୋତ୍ତମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳାଇ ରାମ, ସୀତା ଓ ଲକ୍ଷ୍ମଣଙ୍କୁ ସ୍ୱାଗତ କରିଥିଲେ । ସେହିଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନଟିକୁ ବହୁ ଯାକଜମକରେ ପାଳନ କରନ୍ତି । ଆହୁରି ମଧ୍ୟ ବିଶ୍ୱାସ ରହିଛି ଦୀପାବଳୀରେ ପୂର୍ବପୁରୁଷଙ୍କୁ ମନେ ପକାଯାଇଥାଏ ।

ବଡ଼ବଡ଼ୁଆ ହୋ… ଅନ୍ଧାରେ ଆସି ଆଲୁଏ ଯାଅ… ଗଙ୍ଗା ଯାଅ ଗୟା ଯାଅ… ପୁରୁଷୋତ୍ତମ ଯାଅ… କ୍ଷୀର ଥିଲେ ସର ଖାଅ… ବାଇସି ପାହାଚେ କୈବଲ୍ୟ ଖାଇ ଅମୃତ ଦୃଷ୍ଟିରେ ଚାହିଁଥାଅ  ।

କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଏମିତି ପୁର୍ବ ପୁରୁଷଙ୍କୁ ଡକାଯାଇଥାଏ । ଦୀପାବଳି ଉତ୍ସବର ଅନ୍ୟଏକ ପରମ୍ପରା ହେଲା, ଉପହାର ଦେଇ ଶୁବେଚ୍ଛା ଜଣାଇବା । ତେଣୁ ଭିନ୍ନ ଦୃଷ୍ଟିରେ ଦେଖିଲେ ଦୀପାବଳି ହେଉଛି ଉପହାର ଦେବା ନେବାର ପର୍ବ  । ଏହି ଦିନରେ ଆପଣାର ବନ୍ଧୁମାନଙ୍କୁ ଆମେ କିଛି ଉପହା ଦେଇ ଶୁବେଚ୍ଛା ଜଣାଇ ଥାଉ ।

ଆପଣମାନଙ୍କୁ ନନ୍ଦିଘୋଷ ଟିଭି ତରଫରୁ ଅନେକ ଅନେକ ଶୁଭେଚ୍ଚ୍ଥା ଓ ଅଭିନନ୍ଦନ । ଶୁଭ ଦୀପାବଳି । ')}

Leave a Reply