କାହିଁକି ଗିରଫ ହେଲେ ନେପାଳର ବୁଦ୍ଧ ବୟ ରାମ ବାହାଦୂର ବୋମଜନ ?

1 min read

ନନ୍ଦିଘୋଷ ବ୍ୟୁରୋ : ଗିରଫ ହେଲେ ନେପାଳର ବୁଦ୍ଧ ବୟ ଭାବେ ପରିଚିତ ରାମ ବାହାଦୂର ବୋମଜନ । ୩୩ ବର୍ଷ ବୟସ୍କ ରାମ ବାହାଦୂରଙ୍କୁ ଗୌତମ ବୁଦ୍ଧଙ୍କ ଅବତାର ବୋଲି ବିଚାର କରୁଥିଲେ ତାଙ୍କ ଅନୁଗାମୀ । ଦକ୍ଷିଣ ନେପାଳରୁ ତାଙ୍କୁ ଗିରଫ କରିଛି ନେପାଳ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିଆଇବି । ରାମ ବାହାଦୂର ଅତୀତରେ କେତେକ ବିବାଦରେ ଛନ୍ଦି ହୋଇଥିଲେ । ତେବେ ତାଙ୍କ ଶିବିରରୁ ୪ ଜଣ ଶ୍ରଦ୍ଧାଳୁ ନିଖୋଜ ହେବା ପରେ ପୋଲିସ ତଦନ୍ତ କରିଥିଲା । ଶେଷରେ ତାଙ୍କୁ ଗିରଫ କରାଯାଇଛି ।ଗତ ମଙ୍ଗଳବାର ସେ କାଠମାଣ୍ଡୁସ୍ଥିତ ଘରୁ ଝରକା ପଟେ ଡେଇଁ ଫେରାର ହୋଇଯାଉଥିବାବେଳେ ତାଙ୍କୁ ଧରିଥିଲା ପୋଲିସ । ଗିରଫ ପରେ ତାଙ୍କୁ ସିଆଇବି ଅଫିସକୁ ଅଣାଯାଇ ଜେରା କରାଯାଇଛି । ନେପାଳର ବିରା ଜିଲ୍ଲାର ଅଧିବାସୀ ରାମ ବାହାଦୂର ବୋମଜୋନ । ପୂର୍ବରୁ ତାଙ୍କ ନାମ ଥିଲା ପାଲଦେନ ଦୋର୍ଜି । ତାଙ୍କୁ ଭକ୍ତମାନେ ଗୌତମ ବୁଦ୍ଧଙ୍କ ଅବତାର ବୋଲି ବିଚାର କରିବା ପରେ ସେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ । କୁହାଯାଉଥିଲା ବୁଦ୍ଧଙ୍କ ସହ ତାଙ୍କର ଅନେକ ସାମଞ୍ଜସ୍ୟ ରହିଛି । Nepal's spiritual leader 'Buddha Boy' arrested on charges of rape, sexual  abuse - Nepal's spiritual leader 'Buddha Boy' arrested on charges of rape,  sexual abuse -

ରାମ ବାହାଦୂରଙ୍କ କହିବା ଅନୁସାରେ ୨୦୦୫ରେ ତାଙ୍କୁ ୧୫ ବର୍ଷ ହୋଇଥିବାବେଳେ ସେ ଭଗବାନଙ୍କୁ ସ୍ବପ୍ନ ଦେଖିବା ପରେ ଗୃହତ୍ୟାଗ କରିଥିଲେ । ସେହି ସ୍ବପ୍ନ ଅନୁସାରେ ସେ ଏକ ଅଶ୍ବତଥ୍ ବୃକ୍ଷ ମୂଳେ ଧ୍ୟାନମଗ୍ନ ରହିବା ଲାଗି ଭଗବାନ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୦ ମାସ ଧରି ସେ ଧ୍ୟାନମଗ୍ନ ରହିବା ସହ କମ କଥା କହୁଥିଲେ । ସେ ଅଳ୍ପପାଣି ପିଇବା ସହ ଅଳ୍ପ ଖାଦ୍ୟ ଖାଉଥିଲେ । ଧୀରେ ଧୀରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢିଥିଲା । ସେପଟେ ନେପାଳ ବୁଦ୍ଧିଷ୍ଟ କାଉନସିଲର ସଭାପତି ମହେଶ୍ବର ରାଜ୍ ବଜ୍ରାଚାର୍ଯ୍ୟ କହିଛନ୍ତି- ରାମ ବାହାଦୂରଙ୍କ ନିକଟରେ ବୁଦ୍ଧଙ୍କ କୌଣସି ଗୁଣ ନଥିଲା । ୨୦୧୦ରେ ନିକଟସ୍ଥ ଗ୍ରାମବାସୀଙ୍କୁ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।