ଆମେ ରାସ୍ତାର ବାମ ପଟେ ଯାଉ କାହିଁକି ?
1 min readକଣ ଆପଣ ଜାଣନ୍ତି ରାସ୍ତାର ବାମ ପଟରେ କାହିଁକି ଚାଲନ୍ତି ଲୋକ ? ଗାଡ଼ି ମୋଟର ଯିବା ଆସିବା କରେ ବାମ ପଟରେ । କଣ ଏହାର କାରଣ ? କିଏ କରିଛି ଏ ନିୟମ ? ଡାହାଣ ପଟରେ ଷ୍ଟିୟରିଂ ଥିବା ସତ୍ତ୍ବେ ଆମେ ବାମ ପଟରେ କାହିଁକି ଚଲାନ୍ତି ଗାଡ଼ି ?
ଅଧିକାଂଶ ଦେଶରେ ୧୮ଶହ ଶତାବ୍ଦୀରୁ ସଡ଼କର ବାମ ପାର୍ଶ୍ବରେ ଚାଲିବା ଆରମ୍ଭ ହୋଇଥିଲା । ଏହି ନିୟମ ପ୍ରଥମ ଥର ରୋମାନ ସାମ୍ରାଜ୍ୟରୁ ଆରମ୍ଭ ହୋଇଥିଲା । ଆମେ ଜଣାଉଛୁ ଆପଣଙ୍କୁ ତିନିଟି କାରଣ ।
୧. ପ୍ରାଚୀନ କାଳରେ ସଡ଼କରେ ଚାଲିବା ଜମା ବି ସୁରକ୍ଷିତ ନଥିଲା । ସାମ୍ନାରୁ ଆସୁଥିବା ଚୋର ଡକାୟତଙ୍କ ଠାରୁ ନିଜକୁ ବଞ୍ଚାଇବା ଚ୍ୟାଲେଞ୍ଜିଂ ଥିଲା । ଯେହେତୁ ଅଧିକାଂଶ ଲୋକ ଡାହାଣ ହାତରେ କାମ କରନ୍ତି, ଏହି କାରଣରୁ ବାମ ପଟେ ଚାଲିଲେ ସମ୍ମୁଖରୁ ଆସୁଥିବା ଶତ୍ରୁକୁ ଡାହାଣ ହାତରେ ମୁକାବିଲା କରିହେବ ।
୨. ବାମପଟେ ଚାଲୁଥିବା ଲୋକ ସାମ୍ନାରୁ ଆସୁଥିବା ମିତ୍ର ସହ ଡାହାଣ ହାତ ମିଳେଇପାରିବ ।
୩. ପୋବ ବନିଫିସ ଅଷ୍ଟମ ବିଭିନ୍ନ ଦେଶରୁ ରୋମକୁ ଆସୁଥିବା ଲୋକଙ୍କ ପାଇଁ ସଡ଼କର ବାମ ପଟେ ଗାଡ଼ି ଚଳାଇବା ନିୟମ କରିଥିଲେ । ସେବେଠାରୁ ଅଧିକରୁ ଅଧିକ ଲୋକ ଏହି ନିୟମ ପାଳିବା ଆରମ୍ଭ କରିଦେଇଥିଲେ । ତେଣୁ ସବୁ ପାଶ୍ଚାତ୍ୟ ଦେଶରେ ଏହି ନିୟମ ପାଳନ ଆରମ୍ଭ ହୋଇଥିଲା ।
ଏହି ସବୁ କାରଣରୁ ରାସ୍ତାର ବାମ ପଟେ ଚାଲନ୍ତି ଲୋକ । ପରେ ଆମେରିକା ସମେତ କିଛି ପାଶ୍ଚାତ୍ୟ ଦେଶ ରାସ୍ତାର ଡାହାଣ ପଟେ ଚାଲିବା ପାଇଁ ନିୟମ କରିଛନ୍ତି ।
')}