କାହିଁକି ବାହା ହୋଇ ନାହାନ୍ତି ସଲମାନ, ବାପା କହିଲେ ଗୁମର

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜିଯାଏ ବିବାହ କରିନାହାନ୍ତି । ଯାହାକୁ ନେଇ ଅନେକ ସମୟରେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାର ମୁଖ୍ୟ ବିଷୟ ମଧ୍ୟ ପାଲଟିଥାଏ । ୫୮ ବର୍ଷ ବୟସରେ ମଧ୍ୟ ସଲମାନ ବିବାହ କରିନାହାନ୍ତି । ଯଦିଓ ଅନେକ ସମୟରେ ବହୁ ନାୟିକାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି ତଥାପି ପରବର୍ତ୍ତୀ ସମୟରେ ବ୍ରେକଅପ ହୋଇ ଯାଇଛି । ସଲମାନ ବିବାହ ନକରିବା ପଛର ଗୁମର ତାଙ୍କ ପିତାଙ୍କୁ ପଚରାଯାଇଥିବାବେଳେ ସେ କହିଛନ୍ତି କି, ସଲମାନ ସମସ୍ତଙ୍କ ସହ ସହଜରେ ସମ୍ପର୍କ ସ୍ଥାପନ କରିଥାଏ । ମାତ୍ର ବିବାହ କରିବା ପାଇଁ ସାହସ ଜୁଟାଇ ପାରିନଥାଏ । ସେ ଅତ୍ୟନ୍ତ ସରଳ, ଅତି ସହଜରେ ସମସ୍ତଙ୍କ ସହ ମିଶିଯାଇଥାନ୍ତି । ଏହାସହ ସଲିମ କହିଛନ୍ତି କି, ସଲମାନ ଚାହେଁ କି ସଲମାନଙ୍କୁ ଯିଏ ବାହାହେବ ସେ ସ୍ବାମୀ ଏବଂ ପିଲାଙ୍କ ଦାୟିତ୍ବ ତୁଲାଇବ । ଯେମିତି ତାଙ୍କ ମାଙ୍କ ପରି । ପିଲାଙ୍କୁ ସମୟ ଦେବା, ଖାଇବାକୁ ଦେବା ଏବଂ ହୋମଓ୍ବାର୍କ ପ୍ରତି ଧ୍ୟାନ ଦେବା । ଏପରି ଝିଅଙ୍କ ଅପେକ୍ଷାରେ ବିବାହ କରିନଥିବା କହିଛନ୍ତି । ତେବେ କହି ରଖୁଛୁ କି, ସଲମାନଙ୍କ ନାମ ଐଶର୍ଯ୍ୟା, କ୍ୟାଟ୍ରିନା, ସଙ୍ଗୀତା ବିଜଲାନି ଏବଂ ସୋମୀ ଅଲ୍ଲୀଙ୍କ ଭଳି କଳାକାରଙ୍କ ସହ ମଧ୍ୟ ଯୋଡ଼ା ଯାଇଛି ।