spot_img

Latest Posts

ପୁରୀରେ ମଟନ ବଜାର ଖାଁ ଖାଁ: କ’ଣ ପାଇଁ ଛେଳି ମାଂସ ଖାଇବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ?

ପୁରୀ: ପୁରୀରେ ମଟନ ବଜାର ଖାଁ ଖାଁ । ଛେଳି ମାଂସ ଖାଇବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ । ସତ୍ୟବାଦୀ ଜୟା ଢ଼ାବାରେ ଗୋ ଚର୍ବି ମିଶାଯିବା ଖବର ଗଣମାଧ୍ୟମରେ ପ୍ରକାଶ ପରେ ଚିନ୍ତାରେ ଲୋକେ । ଫଳରେ ସମସ୍ତଙ୍କ ମନରେ ମଟନ ଖାଇବାକୁ ନେଇ ପୂର୍ବରୁ ଥିବା ଆଗ୍ରହ କମିବାରେ ଲାଗିଛି  । ଜୟା ଢାବା ଘଟଣା ପରେ ସନାତନ ଧର୍ମ ତଥା ସାମାଜିକ ସ୍ତରରେ ସମସ୍ତଙ୍କ ମନରେ ମଟନ ପ୍ରତି ଘୃଣାଭାବ ସୃଷ୍ଟି ହୋଇଛି  । ଶ୍ରୀକ୍ଷେତ୍ର ବାସୀଙ୍କ ମନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଥିବା ବେଳେ ଏହାର ଦୂରୀକରଣ ନେଇ ପ୍ରଶାସନର ପଦକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଇଛି  । ମାଂସ ଟେଷ୍ଟ ରିପୋର୍ଟ ଆସିବାରେ ବିଳମ୍ବ ତଥା ପ୍ରଶାସନିକ କ୍ଷେତ୍ରରେ ଘଟଣାକୁ ନେଇ ନିଆଯାଉଥିବା ପଦକ୍ଷେପ ସନ୍ତୋଷ ଜନକ ନଥିବା ଅଭିଯୋଗ ହୋଇଛି । ଶୀଘ୍ର ଏ ଦିଗରେ ସଠିକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି  ।

ଏହି ଚର୍ଚ୍ଚିତ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିନଥିବା ବେଳେ କିଛି ଲୋକ ପ୍ରାୟଶ୍ଚିତ କରିବା ନେଇ ମୁଣ୍ଡନ ହେଉଥିବା ଦୃଶ୍ୟ ସମାଜରେ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଛି l ଏହି ଘଟଣା ପାଇଁ ପ୍ରଶାସନର କିଛି ବିଭାଗକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ  । ବହୁ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପୌରସଂସ୍ଥା ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କଂସେଇ ଖାନାର ପ୍ରଚଳନ ରହିଥିବା ବେଳେ, ସାଧାରଣ ଲୋକେ ଏଥିରୁ ବେଶ ଉପକୃତ ହେଉଥିଲେ  । ଧର୍ମକୁ ଆଖି ଠାର ଭଳି ଏବେ କଂସେଇ ଖାନା କାଗଜ କଲମରେ ଚାଲୁଛି। ରାସ୍ତା ଘାଟରେ କଟାଯାଉଛି ମଟନ। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ପୁରୀରେ କଂସେଇ ଖାନା କାର୍ଯ୍ୟକ୍ଷମ ନଥିବା ନେଇ ପଶୁ ସମ୍ପଦ ଅଧିକାରୀ ମତ ରଖିଛନ୍ତି । ଗୋ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ଏକ ସ୍ୱତ୍ରନ୍ତ୍ର ଆଇନ ରହିଛି। କିନ୍ତୁ ଏହାକୁ କଡା କଡି ଭାବେ ପାଳନ କରାଯାଉନଥିବାରୁ ଗୋ ଚାଲାଣ ଓ ଗୋ ହତ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।

Latest Posts

Don't Miss