ଦିନେଶ କାର୍ତ୍ତିକ କହିଲେ କାହିଁକି ରାଗନ୍ତି ଗମ୍ଭୀର

1 min read

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରାଗ ମୁଡ ଆପଣ ପୂର୍ବରୁ ଅନେକଥର ଦେଖିଥିବେ ନିଶ୍ଚୟ । ସେ ପାକିସ୍ତାନ ବିପକ୍ଷ ମ୍ୟାଚ ହେଉ ବା ବିରାଟଙ୍କ ସହ ଯୁକ୍ତି । ତେବେ ଗମ୍ଭୀର ନିଜର ଆଙ୍ଗ୍ରି ମୁଡ ପାଇଁ ଅନେକଥର ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି । ତେବେ ସେ ଏମିତି କାହିଁକି ହୁଅନ୍ତି । ଏହାର କାରଣ କହିଛନ୍ତି ପୂର୍ବତନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ । ଲିଜେଣ୍ଡସ ଲିଗ କ୍ରିକେଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ତ୍ତକ କହିଛନ୍ତି କି, ବିନା କିଛି କାରଣରେ ଗମ୍ଭୀର କେବେ ମଧ୍ୟ ରାଗନ୍ତି ନାହିଁ । ସେ ରାଗିବା ପଛରେ କିଛି କାରଣ ରହିଥାଏ ।

ତେବେ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହୋଇଥିବାବେଳେ ସେ ରାଗ ମୁଡରେ ନଜର ଆସିନାହାନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ନିଜର ପ୍ରଥମ କୋଚିଂ କ୍ୟାରିୟର ଆରମ୍ଭ କରିଛନ୍ତି । ଟି-୨୦ରେ ଦଳ ବିଜୟୀ ହୋଇଥିବାବେଳେ ଦିନିକିଆରେ ପରାଜୟ ବରଣ କରିଥିଲା । ଆଉ ଏବେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ସିରିଜ ଆରମ୍ଭ କରିବେ ।