spot_img

Latest Posts

“ଅଧିନାୟକତ୍ୱର ଅଧ୍ୟାୟ ଶେଷ ହୋଇଛି, କିନ୍ତୁ ଯାତ୍ରା ଜାରି ରହିଛି”: ହରମନପ୍ରୀତ କୌର

ନନ୍ଦିଘୋଷ ବ୍ୟୁରୋ: ହରମନପ୍ରୀତ କୌରଙ୍କ ନେତୃତ୍ବରେ ଏସିଆନ୍ ଗେମ୍ସରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ଦଳକୁ ଅନେକ ସଫଳତାର ସ୍ବାଦ ଚଖାଇଥିବା ୩୭ ବର୍ଷିୀୟା ହରମନପ୍ରୀତ ହତାଠ ଅଧିନାୟକ ପଦ ଛାଡ଼ିଛନ୍ତି । ମଙ୍ଗଳବାର ସେ ୩ଟି ଫର୍ମାଟରୁ ଅବସର ନେଇଛନ୍ତି ।

ସୂଚନାଯୋଗ୍ୟ, ସୋସିଆଲ ମଡ଼ିଆ ପ୍ଲାଟଫର୍ମ ଇଣ୍ଟାଗ୍ରାମରେ ଏକ ଭାବବିହ୍ବଳ ପୂର୍ଣ୍ଣ ପୋଷ୍ଟ କରି କ୍ୟାପଟେନ୍ ପଦକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି ହରମନପ୍ରୀତ । ସେ ଭାରତୀୟ ମହିଳା କ୍ରିକେଟର ୩ଟି ଫର୍ମାଟର ଅଧିନାୟକ ପଦ ଛାଡିଥିବା ନେଇ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି । ସେ ଲେଖିଛନ୍ତି,  ‘ଆଜି ମୁଁ ଭାରତୀୟ ଭାରତୀୟ ମହିଳା କ୍ରିକେଟର ସବୁ ଫର୍ମାଟର ଅଧିନାୟକ ପଦ ଛାଡୁଛି । ଏହା ମୋ ପାଇଁ ଆଦୌ ସହଜ ନିଷ୍ପତ୍ତି ନଥିଲା । ଦୀର୍ଘ ବର୍ଷର ସ୍ମୃତି, ମୂହୂର୍ତ୍ତ ଓ ଭାବନା ମୋ ବାକି ଜୀବନରେ ସବୁବେଳ ପାଇଁ ଯୋଡ଼ି ହୋଇରହିବ’ ।

ସେ ଆଉ ମଧ୍ୟ ଲେଖିଛନ୍ତି, “ ମୁଁ ଏହି ଦଳ ଓ ଭାରତୀୟ ମହିଳା କ୍ରିକେଟକୁ ମୁଁ ମୋ ପାଖରେ ଯାହା ଥିଲା ସବୁ ଦେଇଛି । ଏପରି କିଛି ସମୟ ଆସିଛି, ଯେତେବେଳ ମୁଁ ମୋର ବ୍ୟକ୍ତିଗତ ସଫଳତା, ଅଭିବୃଦ୍ଧି ଓ ମୋ ନିଜ ପାଇଁ ଚାହୁଁଥିବା ଜିନିଷକୁ ପାଶୋରି ଦେଇଛି, କାରଣ ମୁଁ ବିଶ୍ବାସ କରୁଥିଲି ଯେ, ଦଳ ମୋର ପ୍ରାଥମିକତା ଅଟେ” । ସେ ଆଉ ମଧ୍ୟ ଲେଖିଛନ୍ତି,  ଟିମର ଜଣେ ସାଧାରଣ ଖେଳାଳି ଭାବେ ଖେଳିବା ସହ ଭବଷ୍ୟତରେ ଟିମକୁ ଅନେକ ସଫଳତା ଭେଟି ଦେବି । ସେ ବିସିଆଇଠାରୁ ଆରମ୍ଭ କରି ସମସ୍ତ କୋଚ ଓ ଟିମ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶେଷରେ ସେ ଲେଖିଛନ୍ତି, “ଅଧିନାୟକତ୍ୱର ଅଧ୍ୟାୟ ଶେଷ ହୋଇଛି, କିନ୍ତୁ ଯାତ୍ରା ଜାରି ରହିଛି।“

ମିତାଲି ରାଜଙ୍କ ପରେ ହରମନପ୍ରୀତ ପ୍ରଥମେ ୨୦୧୨ରେ ଅସ୍ଥାୟୀ ଭାବେ ଭାରତୀୟ ମହିଳା ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ସେହି ବର୍ଷ ତାଙ୍କ ନେତୃତ୍ବରେ ଭାରତୀୟ ମହିଳା ଦଳ ଟି-୨୦ ଏସିଆ କପ ହତାଇଥିଲା । ଏହାପରେ ୨୦୧୬ ମସିହାରେ ସେ ଟି-୨୦ ଫର୍ମାଟର କ୍ୟାପ୍ଟେନ ଭାବେ ଦାୟିତ୍ବ ନେଇଥିଲେ । ହରମନପ୍ରୀତଙ୍କ ନେତୃତ୍ବରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ୫ଟି ଟେଷ୍ଟ, ୫୧ଟି ଦିନିକିଆ ଓ ୧୫୫ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୨୦୨୫ରେ ଦଳ ପ୍ରଥମଥର ପାଇଁ ଦିନିକିଆ ବିଶ୍ବକପ ଜିତିଥିଲା । ସେହିପରି ନିକଟରେ ଶେଷ ହୋଇଥିବା ଏସିଆନ୍ ଗେମ୍ସରେ ମଧ୍ୟ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ହାତେଇଥିଲା ।

 

 

Latest Posts

Don't Miss