କାହିଁକି ନଡିଆ ଭାଙ୍ଗନ୍ତିନି ମହିଳା, କ’ଣ ରହିଛି ଏହା ପଛର କାରଣ?

ନନ୍ଦିଘୋଷ ବ୍ୟୁରୋ : ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ ପ୍ରତ୍ୟେକଟି ଶୁଭ କାର୍ଯ୍ୟରେ ନଡିଆ ଭଙ୍ଗାଯାଇଥାଏ। ରୀତିନୀତି ଅନୁସାରେ ପୂଜା ସରିବା ପରେ ନଡିଆ ଭଙ୍ଗାଯାଇ ଭଗବାନଙ୍କ ପାଖରେ ଭୋଗ ଲାଗିଥାଏ । କାହିଁକି ନଡିଆ ଭାଙ୍ଗନ୍ତିନି ମହିଳା ? କ’ଣ ରହିଛି ଏହାର ତାପର୍ଯ୍ୟ, ଆସନ୍ତୁ ଜାଣିବା।

ନଡ଼ିଆ ବିନା କୌଣସି ପୂଜା ସଂପୂର୍ଣ୍ଣ ହୋଇନଥାଏ । ପୂଜାରେ ନଡ଼ିଆ ରଖିବା ପବିତ୍ର ବୋଲି ମନାଯାଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ନଡ଼ିଆର ଉତ୍ପନ୍ନ ଭଗବାନ ବିଷ୍ଣୁଙ୍କ ଦ୍ୱାରା ହୋଇଥିଲା। ତେଣୁ ଏହାକୁ ଶ୍ରୀଫଳ ବୋଲି କୁହାଯାଇଥାଏ। କୁହାଯାଏ ଯେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ତିନି ଦେବତା ନଡ଼ିଆରେ  ରୁହନ୍ତି। ଏହି କାରଣରୁ ପ୍ରତ୍ୟେକ ପୂଜାରେ ନଡ଼ିଆକୁ ସ୍ୱତନ୍ତ୍ର ଭାବେ ପୂଜାରେ ସାମିଲ କରାଯାଏ।

ଏବେ ପ୍ରଶ୍ନ ଉଠିଛି ଯେ ମହିଳାମାନେ କାହିଁକି ନଡ଼ିଆ ଭାଙ୍ଗନ୍ତି ନାହିଁ ? ଏହା ପଛରେ ଲୋକଙ୍କର ଭିନ୍ନ ଭିନ୍ନ ବିଶ୍ୱାସ ରହିଛି । କୁହାଯାଏ ଯେ, ନଡ଼ିଆ ଏକ ବିହନ ହୋଇଥିବାରୁ ଏଥିରୁ ଜୀବନ ଉତ୍ପନ୍ନ ହୁଏ । ଏବଂ ମହିଳାମାନେ ମଧ୍ୟ ଜୀବନ ପ୍ରଦାନକରିଥାନ୍ତି।  ତେଣୁ ସେମାନେ ଏହି ମଞ୍ଜି ବା ବିହନ ନଷ୍ଟ କରିପାରିବେ ନାହିଁ ବୋଲି ବିଶ୍ୱସ ରହିଛି। କିଛି ଲୋକ ବିଶ୍ୱାସ କରନ୍ତି ଯେ, ନଡ଼ିଆ ଭାଙ୍ଗିବାରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଶକ୍ତିଶାଳୀ ନୁହଁନ୍ତି। ଏହିସବୁ କାରଣରୁ ମହିଳାମାନେ ନଡ଼ିଆ ଭାଙ୍ଗନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ । ଏହି ସମସ୍ତ ଜିନିଷ କେବଳ ବିଶ୍ୱାସ ଉପରେ ଆଧାରିତ। ଉଲ୍ଲେଖଥାଉ କି, ମହିଳାମାନେ କୌଣସି ସ୍ଥାନରେ ନଡିଆ ଭାଙ୍ଗିବାକୁ ବାରଣ କରାଯାଇ ନାହିଁ।