ରୋହିତଙ୍କ ପରେ କିଏ ହେବେ ଅଧିନାୟକ?

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିୟମିତ ଅଧିନାୟକ ପଦ ସମ୍ଭାଳୁଛନ୍ତି । ତିନୋଟିଯାକ ଫର୍ମାଟରେ ସେ ଅଧିନାୟକ ପଦରେ ରହିଥିବାବେଳେ ୩୭ ବର୍ଷୀୟ ରୋହିତଙ୍କ ପରେ କିଏ ଦଳର କମାଣ ଧରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରୋହିତ ଉତ୍ତରାଧିକାରୀ କିଏ ହେବେ? ତେବେ ଦଳର କିଛି ଖେଳାଳିଙ୍କ ଉପରେ ଏବେ ନଜର ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ରୋହିତଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ କେ.ଏଲ ରାହୁଲ ଅଧିନାୟକଭାର ଗ୍ରହଣ କରିବେ ।

କୁହାଯାଉଛି କି, ରାହୁଲ ରୋହିତଙ୍କ ପରେ ଅଧିନାୟକଭାବେ ତିନୋଟି ଯାକ ଫର୍ମାଟରେ ରହିପାରନ୍ତି । କିନ୍ତୁ ପାଣ୍ଡ୍ୟା ସବୁ ଫର୍ମାଟରେ ମଧ୍ୟ ପଦ ସମ୍ଭାଳିପାରନ୍ତି ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଉଛନ୍ତି । ଅନ୍ୟପଟେ ପାଣ୍ଡ୍ୟା ମଧ୍ୟ ବିଶ୍ରାମ ପାଇଥିବାରୁ ରାହୁଲଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଏସିଆ କପରେ ରାହୁଲ ଦଳକୁ କମବ୍ୟାକ କରିଥିବାବେଳେ ଦମଦାର ଶତମ ମଧ୍ୟ ହାସଲ କରିଛନ୍ତି । ଏଣୁ ଆଗାମୀ ଦିନରେ ସେ ଦଳର ଭାର ସମ୍ଭାଳିପାରନ୍ତି ।

ନିକଟରେ ଆୟାରଲ୍ୟାଣ୍ଡ ବିପକ୍ଷ ସିରିଜରେ ବୁମରା ଅଧିନାୟକଭାବେ ଟିମ ଇଣ୍ଡିଆର ନେତୃତ୍ବ ନେଇଥିଲେ । ବ୍ୟକ୍ତିଗତ ଭଲ ପ୍ରଦର୍ଶନ କରିବା ସହ ଟିମ ଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏମିତିକି ବୁମରାଙ୍କ ରଣନୀତିକୁ ମଧ୍ୟ ଅନେକ କ୍ରିକେଟପ୍ରେମୀ ପସନ୍ଦ କରୁଥିବାବେଳେ ତାଙ୍କୁ ଦଳର ଅଧିନାୟକ ପଦ ଦିଆଯାଉ ବୋଲି ମଧ୍ୟ କିଛି ଯୁକ୍ତି ବାଢ଼ୁଛନ୍ତି । କିନ୍ତୁ ବୁମରାଙ୍କ ଆହତ କାରଣ ତାଙ୍କ ପାଇଁ ବଡ଼ ଅସୁବିଧାର କାରଣ ।

ଟି-୨୦ରେ ପନ୍ଥ ଦଳକୁ ଫେରିବା ପରେ ତାଙ୍କୁ ଦିଆଯାଉ ବୋଲି କିଛି କ୍ରିକେଟ ବିଶେଷଜ୍ଞ ମତ ଦେଉଛନ୍ତି । ଏହାସହ ଶ୍ରେୟଶ ଆୟର ମଧ୍ୟ ରୋହିତଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ମଧ୍ୟ କୁହାଯାଉଛି ।